ଜାତୀୟ

ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ

ନୂଆଦିଲ୍ଲୀ () ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ । ନିଜ ଘରୁ ବେଘର ହୋଇପାରନ୍ତି ବିଜୟ ମାଲ୍ୟା । ତାଙ୍କ ହାତରୁ ଖସିପାରେ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା । ନିଜ ଘରୁ ବେଦଖଲ ନେଇ ଆଦେଶ ଉପରେ ରୋକ ଲଗାଇବା ନେଇ ଆବେଦନକୁ ବ୍ରିଟିସ କୋର୍ଟ ଖାରଜ କରିଛିନ୍ତି । ସୂଚନା ଅନୁଯାୟୀ ସ୍ୱିସ୍ ସହିତ ବ୍ୟଙ୍କ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦରେ ମାଲ୍ୟାଙ୍କ ଘର ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା ।

କିନ୍ତୁ ସେ କୋର୍ଟର ନିୟମ ମାନିନଥିଲେ । ମାଲ୍ୟାଙ୍କ ଉପରେ ସ୍ୱିସ୍ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ଦିନ ଗଡାଇ ଚାଲିଛନ୍ତି ମାଲ୍ୟା ।

ଏହି ଅର୍ଥକୁ ଶୁଝିବା ପାଇଁ ମାଲ୍ୟାଙ୍କୁ ବେଶି ଦିନ ଦିଆଯିବ ନାହିଁ । ତେଣୁ ବାକି ରାଶିତକ ଆଦାୟ କରିବା ପାଇଁ ମାଲ୍ୟାଙ୍କ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରାଯିବ । ସୂଚନା ଥାଉକି ମାଲ୍ୟା କିଙ୍ଗଫିସର ସମେତ ଅନ୍ୟ ବିଜନେସ ପାଇଁ ୧୩ରୁ ଉର୍ଦ୍ଧ ବ୍ୟାଙ୍କରୁ ଋଣ ଆଣିଥିଲେ । କିନ୍ତୁ ତାଙ୍କ କମ୍ପାନୀ କ୍ଷତି ସହିବାରୁ ତାଙ୍କୁ ସେ ଋଣ ପରିଶୋଧ ସହିତ ଟ୍ୟାକ୍ସ ମଧ୍ୟ ଦ୍ବୋକୁ ଫାଙ୍କି ଦେଇଥିଲେ । ଯାହା ଫଳରେ ତାଙ୍କ ଉପରେ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କୋର୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com