ଜାତୀୟ

ହ୍ୱାଟସଆପ୍‌ରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ପଠାଇବାକୁ ବାରଣ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାତୀୟ କମ୍ୟୁନିକେସନ ଗାଇଡଲାଇନ ଓ ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଲିକ୍‌ ହେଉଥିବା ଖବର ମିଳୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଗୁଇନ୍ଦା ବିଭାଗ ବର୍ତ୍ତମାନ ଯୋଗାଯୋଗ ପାଇଁ ଥିବା ବ୍ୟବସ୍ଥାରେ ତ୍ରୁଟି ଠାବ କରିବା ପରେ ହିଁ ନୂଆ ନିର୍ଦ୍ଦେଶାବଳୀର ବ୍ୟବସ୍ଥା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆ ଗାଇଡଲାଇନରେ ସରକାରୀ କର୍ମଚାରୀମାନଙ୍କୁ ହ୍ୱାଟସଆପ, ଟେଲିଗ୍ରାମ ଭଳି ସୋଶାଲ ମିଡିଆ ଆପ୍‌ରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ସୂଚନା ଅନ୍ୟକୁ ପଠାଇ ପାରିବେ ନାହିଁ। ଏହି ସୋଶାଲ ମିଡିଆ ଆପ୍‌ ଗୁଡ଼ିକ ଘରୋଇ କମ୍ପାନୀର ମାଲିକାନାରେ ରହିଛି।

ତେଣୁ ସମ୍ବେଦଶୀଳ, ତଥ୍ୟ ଲିକ୍‌ ହେବାର ଆଶଙ୍କା ରହିଛି। ଭାରତ ବାହାରୁ କମ୍ପାନୀଗୁଡ଼ିକ ପରିଚାଳିତ ହେଉଥିବାରୁ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ବିଦ୍ରୋହୀ ଗୋଷ୍ଠୀଙ୍କ ହାତକୁ ମଧ୍ୟ ଯାଇପାରେ। ତେଣୁ ଏଥିରୁ ଦୂରେଇ ରହିବାକୁ ସମସ୍ତଙ୍କୁ କୁହାଯାଇଛି।

ଏପରି କି ଘରୁ ରହି କାମ କରିବା ବେଳେ କର୍ମଚାରୀମାନେ କେବଳ ଇ-ଅଫିସ ଆପ୍ଲିକେସନ ଦ୍ୱାରା ଯୋଗାଯୋଗ କରିବେ।
ସଂଶୋଧିତ ଗାଇଡଲାଇନରେ ସରକାରୀ କର୍ମଚାରୀଙ୍କୁ ଗୁପ୍ତ ସୂଚନା ଓ ଦସ୍ତାବିଜ୍‌ ଘରେ ରହି କାମ କରିବା ବେଳେ ହୋମ ସେଟଅପ୍‌ରୁ ପଠାଇବାକୁ ବାରଣ କରାଯାଇଛି।

ସେହିପରି ଘରୋଇ ସିଷ୍ଟମଗୁଡ଼ିକୁ Virtual Private Network of National Informatics Centre (NIC) ଦ୍ୱାରା ଅଫିସ ନେଟୱର୍କରେ ସଂଯୋଗ କରିବାକୁ କୁହାଯାଇଛି। କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟକୁ ଜରୁରିକାଳୀନ ସ୍ଥିତିରେ ନିୟମ ଉଲ୍ଲଙ୍ଘନକୁ ରୋକିବାକୁ ପରାମର୍ଶ ଦେଇଛନ୍ତି।

ଏହି ଯୋଗାଯୋଗ ନିୟମକୁ ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀଙ୍କ ପାଖକୁ ପଠାଯାଇଛି। ସେମାନଙ୍କୁ ବୈଠକ ବେଳେ ସ୍ମାର୍ଟ ୱାଚ ଓ ସ୍ମାର୍ଟ ଫୋନ ବ୍ୟବହାର କରିବାକୁ ମଧ୍ୟ ମନା କରାଯାଇଛି। ବିଶେଷ କରି ଦେଶର ସୁରକ୍ଷା ସମ୍ପର୍କିତ ବୈଠକରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କର୍ମଚାରୀମାନଙ୍କୁ ଆମାଜନ ଆଲେକ୍ସା ଓ ଆପଲ ହୋମ ପ୍ୟାଡ ଭଳି ଅଫିସ ଆସିସଷ୍ଟାଣ୍ଟକୁ ବ୍ୟବହାର ନ କରିବାକୁ କୁହାଯାଇଛି।

ମହାମାରୀ କରୋନା ବେଳେ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହେଉଛି। ତେବେ ସରକାରୀ କର୍ମଚାରୀମାନଙ୍କୁ ଗୁଗଲ ମିଟ କିମ୍ବା ଜୁମ ବଦଳରେ ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଆପ୍ଲିକସନର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com