ଓଡ଼ିଶା

ଆଇପିଏଲ୍‌ ନିଲାମରେ ଓଡ଼ିଶାରୁ ୫

କଟକ() ଆଇପିଏଲ୍‌ର ଆସନ୍ତା ସ˚ସ୍କରଣ ପାଇଁ ଓଡ଼ିଶାରୁ ୫ ଜଣ ଖେଳାଳି ପଞ୍ଜୀକରଣ କରିଛନ୍ତି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ୧୨୧୪ ଜଣିଆ ତାଲିକାରେ ଓଡ଼ିଶାରୁ ଅଭିଷେକ ରାଉତ, ଶୁଭ୍ରା˚ଶୁ ସେନାପତି, ରାଜେଶ ମହାନ୍ତି, ବିକାଶ ରାଉତ, ଜୟନ୍ତ ବେହେରାଙ୍କ ନାମ ସ୍ଥାନ ପାଇଥିବା ଜଣାପଡ଼ିଛି। ଆଇପିଏଲ୍‌ ଖେଳାଳି ନିଲାମ ପାଇଁ ଓଡ଼ିଶାର ୨୨ ଜଣ ଖେଳାଳିଙ୍କୁ ପଞ୍ଜୀକରଣ ପାଇଁ ଅନ୍‌ଲାଇନ୍‌ ଲିଙ୍କ୍‌ ଦିଆଯାଇଥିଲେ ମଧ୍ୟ କେବଳ ଉପରୋକ୍ତ ୫ ଜଣ ନିର୍ଧାରିତ ସମୟରେ ମଧ୍ୟରେ ସେମାନଙ୍କ ନାମ ପଞ୍ଜୀକୃତ କରିପାରିଥିଲେ। ଚଳିତ ଋତୁର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୫ ମ୍ୟାଚରୁ ଅଭିଷେକ ୧୭୧ ରନ୍‌ ଓ ଶୁଭ୍ରା˚ଶୁ ୧୩୮ ରନ୍‌ ଓ ବିକାଶ ୪୭ ରନ୍‌ ସ˚ଗ୍ରହ କରିଥିଲେ। ଏମାନଙ୍କ ମଧ୍ୟରୁ ଅଭିଷେକ ଓ ଶୁଭ୍ରା˚ଶୁ ଅର୍ଧଶତକ ଅର୍ଜନ କରିଥିଲା ବେଳେ ବିକାଶ ୭ ଓ ଜୟନ୍ତ ୬ ଵିକେଟ ଅକ୍ତିଆର କରିଥିଲେ। ରାଜେଶ ମହାନ୍ତିଙ୍କ ପ୍ରଦର୍ଶନ ପ୍ରଭାବୀ ହୋଇପାରିନଥିଲା। ସେ କେବଳ ଗୋଟିଏ ମ୍ୟାଚ୍‌ ଖେଳିବାକୁ ପାଇଥିଲା ବେଳେ ଗୋଟିଏ ଵିକେଟ୍‌ ନେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com