ଓଡ଼ିଶା

ଖୁବଶୀଘ୍ର ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର() କୋଭିଡ୍ ପାଇଁ ରାଜ୍ୟରେ ସମସ୍ତ ସ୍କୁଲରେ ବନ୍ଦ ରହିଛି । ତେବେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛନ୍ତି । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ଉପର ତଳ ହେଉଛି । ପିଲାମାନଙ୍କର ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ପରୀକ୍ଷା କରାଇବାକୁ ସରକାର ଚାହୁଁଛନ୍ତି । ମାତ୍ର କୋଭିଡ୍ ପାଇଁ ହୁଏତ କିଛି ବିକଳ୍ପ ପନ୍ଥା ଗ୍ରହଣ କରାଯାଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇବର୍ଷ ହେଲା କୋଭିଡ୍ କାରଣରୁ ସ୍କୁଲ ବନ୍ଦ ରହିଛି । ମଝିରେ କୋଭିଡ ସଂକ୍ରମଣ କମିବା ପରେ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ପରେ ପୁଣି କୋଭିଡ୍ର ଉପରମୁହାଁ ସବୁକିଛି ବିଗାଡ଼ି ଦେଇଥିଲା । ଆସନ୍ତା ୨୭ ତାରିଖରୁ ରାଜ୍ୟରେ ପ୍ରଥମରୁ ୮ମ ଶ୍ରେଣୀର ପିଲାଙ୍କର ୟୁଟ୍ୟୁବରେ ଅନଲାଇନରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ଗତବର୍ଷ ମଧ୍ୟ ଏହି ସମୟରେ ଦ୍ୱିତୀୟର ଆଗମନ ପୂର୍ବରୁ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com