ଓଡ଼ିଶା

ସାଙ୍ଗ ମାନଙ୍କ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ବାଳକ

ରାଉରକେଲା() ସହର ଉପକଣ୍ଠ ସେକ୍ଟର ୧୩ ଲୁଆକେରା ନିକଟସ୍ଥ କୋଏଲ ନଦୀରେ ବୁଡ଼ି ଜଣେ ବାଳକ ନିଖୋଜ ହୋଇ ଯାଇଛି। ଆଜି ସକାଳୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅପରାହ୍‌ଣ ୪ଟା ସୁଦ୍ଧା ସୁଧ୍ୟା ନିଖୋଜ ବାଳକ ସଂପର୍କରେ କୌଣସି ପତ୍ତା ମିଳିପାରି ନାହିଁ ।

ସୂଚନା ମୁତାବକ ବାସନ୍ତୀ କଲୋନି ଏଲ-୧୧୮ ରେ ରହୁଥିବା ସୁଜଲ ଜେନା ନାମକ ଜଣେ ବାଳକ ତାର ସାଙ୍ଗ ମାନଙ୍କ ସହ ଗତକାଲି ସନ୍ଧ୍ୟା ସମୟରେ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲା। ସେ ସାଙ୍ଗମାନଙ୍କ ସହ କୋଏଲ ନଦୀରେ ଗାଧୋଇବା ବେଳେ ବାଳକକୁ ପ୍ରଖର ‌ଜଳସ୍ରୋତ ଠେଲି ନେଇଥିଲା। ଫଳରେ ସେ ଓ ତାଙ୍କର ଜଣେ ସାଙ୍ଗ ବୁଡି ଯାଇଥିଲେ। ଅନ୍ୟ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରି ଥିବା ବେଳେ ସୁଜଲ ନିଖୋଜ ହୋଇଯାଇଥିଲା। ସୂଚନା ପାଇ ସେକ୍ଟର-୧୫ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବାଳକକୁ ଉଦ୍ଧାର କରିବା ପାଇଁ ଲାଗିପଡ଼ିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com