ଓଡ଼ିଶା

ମହାନଦୀରେ କୁମ୍ଭୀର ଆତଙ୍କ, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

କଟକ() ମହାନଦୀରେ କୁମ୍ଭୀର ଆତଙ୍କ । କଟକ ନୂଆପଡ଼ା ମଧୂସୁଦନ ସେତୁ ତଳେ କୁମ୍ଭୀର । ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର ପାଇଁ ଆଜି ବି ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ବନ ବିଭାଗ ଓ ନନ୍ଦନକାନନର ଟିମ୍ ପହଞ୍ଚିଛନ୍ତି । ୧୧ ଫୁଟର ମାଈ କୁମ୍ଭୀରର ପାଟିରେ ଲାଗିଥିବା ଜାଲ କାଢ଼ିବା ପରେ ତାକୁ ନଦୀରେ ଛଡ଼ାଯିବ । ଏନେଇ ମହାନଦୀ ଘଡିଆଳ ଉଦ୍ଧାର ଯୋଜନା ପରାମର୍ଶଦାତା ବା ବିଶେଷଜ୍ଞ ପ୍ରଫେସର ସୁଦର୍ଶନ ମହାରଣା ସୂଚନା ଦେଇଛନ୍ତି ।

ତେବେ କୁମ୍ଭୀର ଗତିବିଧି ଉପରେ ନଜର ରଖିବା ପାଇଁ ଦେହରେ ଲାଗିଛି ସାଟେଲାଇଟ ଟ୍ରାନ୍ସମିଟର । ମଧୁସୂଦନ ସେତୁ ନିକଟରେ ଅଛି ଘଡ଼ିଆଳ ପ୍ରଜାତିର କୁମ୍ଭୀର । ଏହି କୁମ୍ଭୀରଟି କ୍ଷତିକାରକ ନୁହେଁ । କୁମ୍ଭୀର ମୁହଁରେ ଜାଲ ଗୁଡେଇ ହୋଇ ରହିଛି । ଜାଲରୁ କୁମ୍ଭୀରଟିକୁ ମୁକ୍ତ କରିବା ପାଇଁ ବନ ବିଭାଗର ପ୍ରୟାସ ଜାରି ରହିଛି । ନଦୀରେ ଜଳ ଅଧିକ ଥିବାରୁ ଅପରେସନ ଆରମ୍ଭ କରିବାରେ ହେଉଛି ବିଳମ୍ବ । ଆଠଗଡ଼ ବନଖଣ୍ଡ, ଚନ୍ଦକା ବନଖଣ୍ଡ ଓ ନନ୍ଦନକାନନ ଚିଡିଆଖାନାର ଟିମ ଉପସ୍ଥିତ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com