ଜାତୀୟ

ଚୀନ ସେନା ମୋ ହାତ-ଗୋଡ଼ ବାନ୍ଧି ବିଦ୍ୟୁତ୍ ଝଟକା ଦେଇଥିଲେ: ଅରୁଣାଞ୍ଚଳର ଅପହୃତା ଯୁବକ

ନୂଆଦିଲ୍ଲୀ() ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ୧୭ ବର୍ଷିୟ ଯୁବକ ମିରାମ ତାରନ୍ ଚୀନ ସୀମା ନିକଟରୁ ନିଖୋଜ ହୋଇଯାଇଥିଲେ । ନିକଟରେ ସେ ଗଣମାଧ୍ୟମକୁ ଚୀନ ସେନା ମାନେ ତାଙ୍କ ସହିତ କଣ କରିଛନ୍ତି ସେ ସମ୍ପର୍କରେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଚୀନର ସେନା ତାଙ୍କ ହାତ ଗୋଡ଼ ବାନ୍ଧି ବିଜୁଳି ଝଟକା ଦେଇଥିଲେ ଓ ମାରପିଟ୍ ମଧ୍ୟ କରିଥିବା ସେ ଖୁଲାସା କରିଛନ୍ତି । ଏହାପରେ ସେମାନେ ଜାନୁଆରୀ ୨୭ ତାରିଖ ଦିନ ଅର୍ଥାତ୍ ନିଖୋଜ ହେବାର ୯ ଦିନ ପରେ ତାଙ୍କୁ ମୁକ୍ତ କରିଥିଲେ ।

ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ମିରାମ ତାରନ୍ କହିଛନ୍ତି ଯେ, “ସେମାନେ ମୋ ହାତକୁ ବାନ୍ଧି ଏକ ଜଙ୍ଗଲ ମଝିକୁ ନେଇଯାଇଥିଲେ । ପ୍ରଥମ ଦିନ ସେମାନେ ମୋ ସହିତ ଅତ୍ୟାଚାର କରିଥିଲେ ଓ ବିଜୁଳି ଝଟକା ଦେଇଥିଲେ । କିନ୍ତୁ ଦ୍ୱିତୀୟ ଦିନ କିଛି ବି କରି ନଥିଲେ” । ସୂଚନା ଯେ, ଜାନୁଆରୀ ୧୮ ତାରିଖରେ ଭାରତ-ଚୀନ ସୀମାରୁ ସେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଚୀନର ସେନା ନେଇଯାଇଥିବା ଜଣାପଡ଼ିଥିଲା । ଏହାର ୯ ଦିନ ପରେ ମିରାନ୍ ଙ୍କୁ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା । ଗାଁ ଲୋକମାନେ ମିରାନ୍ ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com