ଜାତୀୟ

ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲି: ସାଂସଦ ଅସଦୁଦ୍ଦୀନ୍‌ ଅୱେସୀଙ୍କ କାର୍‌କୁ ଗୁଳି ମାରିଥିବା ଅଭିଯୁକ୍ତ

ଲକ୍ଷ୍ନୌ: ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲି ବ‌ୋଲି ଗୁରୁବାର ଦିନ ଲୋକସଭା ସାଂସଦ ଅସଦୁଦ୍ଦୀନ୍‌ ଅୱେସୀଙ୍କ କାର୍‌ ଆଡ଼କୁ ଗୁଳି ଚଳାଇଥିବା ଅଭିଯୁକ୍ତ ବ୍ୟକ୍ତିଜଣକ ପୁଲିସ ଜେରା ବେଳେ କହିଛନ୍ତି।

ମୁଖ୍ୟ ଅଭିଯୁକ୍ତ ସଚିନ୍‌ କହିଛନ୍ତି ଯେ, ସେ ଜଣେ ବଡ଼ ରାଜନେତା ହେବାକୁ ଚାହାଁନ୍ତି। କିନ୍ତୁ, ଅୱେସୀଙ୍କ ଭାଷଣ ଶୁଣି ସେ ବିବ୍ରତ ହୋଇଯାଇଥିଲେ। ସେହି କାରଣରୁ ସେ ତାଙ୍କ ଘନିଷ୍ଠ ବନ୍ଧୁଙ୍କ ସମେତ ଅୱେସୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା କଥା ଜେରା ବେଳେ କହିଥିବା କଥା ପୁଲିସ କହିଛି।

ସଚିନ ପୁଲିସକୁ କହିଛନ୍ତି, ମୁଁ ଅୱେସୀଙ୍କ ଆଡ଼କୁ ଗୁଳି ଚଳାଇବାରୁ ସେ ନଇଁ ପଡ଼ିଲେ। ମୁଁ ତଳୁଆ ଗୁଳି ଚଳାଇଲି ଆଉ ଭାବିଲି ତାଙ୍କ ଉପରେ ଗୁଳି ବାଜିଛି। ତା’ପରେ ମୁଁ ସେଠାରୁ ଦୌଡ଼ି ପଳାଇଗଲି।

Image Courtesy of The Local Report

ଅୱେସୀଙ୍କୁ ହତ୍ୟା କରିବା ପାଇଁ କରାଯାଇଥିବା ଯୋଜନା କିଛି ଦିନ ଧରି ଚାଲିଥିଲା। ସାମାଜିକ ଗଣମାଧ୍ୟମରେ ସେ ସାଂସଦ ଅୱେସୀଙ୍କ ଗତିବିଧି ଉପରେ ସର୍ବଦା ଦୃଷ୍ଟି ରଖିଥିଲେ ଏବଂ ଆକ୍ରମଣ ପାଇଁ ସୁଯୋଗ ପାଇବାକୁ ତାଙ୍କର ଅନେକ ସଭାକୁ ଯାଇଥିଲେ।

ସେ ମିରଟରୁ ଦିଲ୍ଲୀ ଯାଉଥିବା କଥା ଜାଣି ତାଙ୍କ ପୂର୍ବରୁ ମୁଁ ଯାଇ ଟୋଲ୍‌ ଗେଟ୍‌ ନିକଟରେ ପହଞ୍ଚିଲି ଏବଂ ତାଙ୍କ କାର୍‌ ସେଠାରେ ପହଞ୍ଚିବା କ୍ଷଣି ଗୁଳି ଚଳାଇଲି ବୋଲି ପଚରାଉଚରା ବେଳେ ସେ ପୁଲିସକୁ କହିଛନ୍ତି।

ପୁଲିସ କହିବା ଅନୁସାରେ, ମିରଟରେ ଜଣେ ବ୍ୟକ୍ତିଙ୍କ ଠାରୁ ସଚିନ୍‌ ପିସ୍ତଲ ଆଣିଥିଲେ। ଅସ୍ତ୍ର ଯୋଗାଇ ଥିବା ହେତୁ ଜଣେ ବ୍ୟକ୍ତିଙ୍କୁ ପୁଲିସ ହାଜତକୁ ନେଇଛି। ତାଲୀମ୍‌ ନାମକ ଉକ୍ତ ବ୍ୟକ୍ତି ସଚିନ୍‌ଙ୍କ ଉଦ୍ଦେଶ୍ୟ ଜାଣି ନ ଥିଲେ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com