ଓଡ଼ିଶା

ନବଜାତ ଶିଶୁର ମୃତଦେହ ଉଦ୍ଧାର, ତଦନ୍ତ ଜାରି ରଖିଛି ପୋଲିସ

ସୋନପୁର : ନବଜାତ ଶିଶୁର ମୃତଦେହ ଉଦ୍ଧାର । ସୋନପୁର ଜିଲ୍ଲା ଉଲୁଣ୍ଡା ଶିକ୍ଷକ ଭବନ ପଛପଟୁ ଶିଶୁର ମୃତଦେହ ଉଦ୍ଧାର କରିଛି ପୋଲିସ । ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସୋନପୁର ଜିଲ୍ଲା ଉଲୁଣ୍ଡା ଶିକ୍ଷକ ଭବନ ପଛପରେ ସ୍ଥାନୀୟ ଲୋକେ ଶିଶୁର ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଜବତ କରିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁଟିକୁ ଏଠାରେ ଫୋପାଡିଛି ତାହା ଜଣାପଡିନାହିଁ । ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି

Related Articles

Back to top button
WP Twitter Auto Publish Powered By : XYZScripts.com