ଜାତୀୟ

ଲତାଙ୍କୁ ଏହି ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଲେ ଶାହରୁଖ ଓ ପୂଜା, ଭାଇରାଲ୍ ହେଉଛି ଫଟୋ

ମୁମ୍ବାଇ() ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ପରଲୋକ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ତାରକା ମାନେ ମଧ୍ୟ ତାଙ୍କ ବିୟୋଗରେ ସ୍ତବ୍ଧ ହୋଇପଡ଼ିଛନ୍ତି । ଲତାଙ୍କ ଶେଷ ଦର୍ଶନ ପାଇଁ ମୁମ୍ବାଇ ଶିବାଜୀ ପାର୍କରେ ପହଞ୍ଚିଥିଲେ ଅନେକ ବଲିଉଡ୍ କଳାକାର ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଆଉ ଏହି ସମୟର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସୁପର୍ ଷ୍ଟାର୍ ଶାହରୁଖ ଖାନ୍ ତାଙ୍କ ମ୍ୟାନେଜର୍ ପୂଜା ଦଦଲାନିଙ୍କ ସହିତ ଲତାଙ୍କୁ ଶେଷ ଦର୍ଶନ କରିବାକୁ ଶିବାଜୀ ପାର୍କରେ ପହଞ୍ଚିଥିଲେ । ଏହି ଫଟୋରେ ଲତାଙ୍କର ଅମର ଆତ୍ମାର ସଦଗତି ପାଇଁ ଶାହରୁଖ ଖାନ୍ ଆହ୍ଲାଙ୍କୁ ପ୍ରାର୍ଥନା କରିଥିଲେ । ସେହିପରି ତାଙ୍କ ମ୍ୟାନେଜର୍ ପୁଜା ଭଗବାନଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଛନ୍ତି । ଏହି ଫଟୋଟି ଏବେ ବେଶ୍ ଭାଇରାଲ୍ ହେଉଛି ଓ ସାରା ଦେଶର ଲୋକଙ୍କ ଠାରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଯେପରିକି ଏହା ହିଁ ଗୋଟିଏ ଦେଶ ଓ ଗୋଟି ଧର୍ମ । ଏପରି ଦେଶରେ ଜନ୍ମ ନେଇ ସେମାନେ ଖୁବ୍ ଗର୍ବ ଅନୁଭବ କରୁଛନ୍ତି ବୋଲି ଲେଖିଛନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ ।

ଆମେ ଭଲ ଭାବରେ ଜାଣିଛୁ ଯେ, ଯେତେବେଳେ ହଜାର ଶବ୍ଦ ଗୋଟିଏ କଥାକୁ ବୟାନ କରିପାରେ ନାହିଁ, ସେତେବେଳେ ଗୋଟିଲ ଫଟୋ ତାକୁ ବୟାନ କରିବାରେ ଯଥେଷ୍ଟ ହୁଏ । ଏଠାରେ ମଧ୍ୟ କିଛି ସମାନ ପରିଦୃଶ୍ୟ ହୋଇଛି । ଗୋଟେ ପଟେ ଶାହରୁଖ ଆହ୍ଲାଙ୍କୁ ପ୍ରାର୍ଥନା କରୁଥିବା ବେଳେ ଅନ୍ୟପଟେ ପୂଜା ଭଗବାନଙ୍କୁ ହାତ ଯୋଡ଼ି ଡାକୁଛନ୍ତି । ଏରଥିରୁ ହିଁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ସମସ୍ତ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ଓ ସମାନ ।

Related Articles

Back to top button
WP Twitter Auto Publish Powered By : XYZScripts.com