ଓଡ଼ିଶା

ହଟହଟାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ପୁରୀ() ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ହଟହଟା । ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକ ନାଗପୁର ପଚାଂୟତ ରେ ବିଜେଡି ସମର୍ଥିତ ସରପଞ୍ଚ ପାର୍ଟି ଅଫିସ କୁ ଉଦଘାଟନ କରିବାକୁ ଆସି ନିଜ ଦଳର ଅନ୍ୟ ଏକ ଗୋଷ୍ଠୀ କର୍ମୀ ଙ୍କ ଦ୍ଵାରା ହଟହଟା ହୋଇଛନ୍ତି। ଏପରିକି କର୍ମୀ ମାନଙ୍କ ଦ୍ଵାରା ମନ୍ତ୍ରୀ ଙ୍କ ଗାଡି ଅଟକ ରଖାଯିବା ସହ ମନ୍ତ୍ରୀ ଙ୍କ ବିରୋଧ ରେ ନାରାବାଜି କରିଥିଲେ।

ସୂଚନା ଅନୁଯାୟୀ ନାଗପୁର ପଚାଂୟତରେ ଵିଜେଡି ର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଦେଖାଦେଇଛି। ଗୋଟିଏ ସ୍ଥାନରେ ବିଜେଡି ପକ୍ଷରୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦୁଇ ଗୋଷ୍ଠୀ ରୁ ପ୍ରାର୍ଥୀ ଦିଆଯାଇ ଥିବା ହେତୁ କର୍ମୀମାନେ ମନ୍ତ୍ରୀ ଙ୍କୁ ଅଟକାଇ ପଚରାଉଚରା ପରେ କିଛି ସମୟ ଉତେଜନା ପ୍ରକାଶ ପାଇଥିଲା । ଏପରିକି ମନ୍ତ୍ରୀ ସମର୍ଥିତ ପ୍ରାର୍ଥୀ ଙ୍କ କାର୍ଯ୍ୟ ଲୟ ରେ ଆସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ଭଙ୍ଗା ରୁଜା ମଧ୍ୟ କରିଥିଲେ। ଵିଜେଡି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀବ୍ର ତର ହୋଇ ଥିଲା ବେଳେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ପରେ ଏବେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com