ଓଡ଼ିଶା

ୱାଟର ହିଟରରେ ପାଣି ଗରମ କରିବା ହେଲା କାଳ , ଅକାଳେ ନାବାଳିକାର ଜୀବନ ଚାଲିଗଲା

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲଟି ୮ ନମ୍ବର ୱାର୍ଡ କେନାଲ ସାହିର ୧୫ବର୍ଷର ନାବାଳିକାଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ ଯେ, କେନାଲ ସାହିର ଜନଧର ହରିଜନଙ୍କ ୧୫ବର୍ଷର ଝିଅ ଝାଂସିରାଣୀ ହରିଜନ ପ୍ରତିଦିନ ସକାଳେ ଘରର ସମସ୍ତଙ୍କ ଗାଧେଇବା ପାଇଁ ୱାଟର ହିଟରରେ ପାଣି ଗରମ କରିଥାନ୍ତି । ସୋମବାର ମଧ୍ୟ ବାଥରୁମ ଯାଇ ୱାଟର ହିଟରରେ ପାଣି ଗରମ କରିବାକୁ ଯାଇଥିଲେ । କିନ୍ତୁ କିଛି ସମୟ ପରେ ବାଥରୁମ୍ ଭିତରେ ଝାଂସିରାଣୀ ତଳେ ପଡିଥିବା ତାଙ୍କ ବଡ଼ ଭାଇ ଦେଖିଥିଲେ । ପରିବାରଲୋକଙ୍କୁ ଡାକି ତାଙ୍କୁ ସଙ୍ଗେ ସଙ୍ଗେ ଉମରକୋଟ ମେଡିକାଲ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com