ଓଡ଼ିଶା

ମୋ ଦାବି ନଶୁଣିଲେ ଆତ୍ମହତ୍ୟା କରିବି : ଦୁର୍ନିତି ଏବଂ ବେକାରି ସମସ୍ୟା ଦୂର କରାଯାଉ

ବାଙ୍କି () ମୋବାଇଲ୍‌ ଟାଓ୍ୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । କଟକ ଜିଲ୍ଲା ବାଙ୍କି ଥାନା ଡମପଡ଼ା ଗାଁର ଶାସନସାହିରେ ନିକଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ବାଙ୍କି ପୋଲିସ ପହଞ୍ଚି ଛାନ୍‌ଭାନ୍‌ ଆରମ୍ଭ କରିଛନ୍ତି ।
ଖବର ଅନୁଯାୟୀ, ରାମଚନ୍ଦ୍ରପୁର ଗାଁର ମଳୟ ରଞ୍ଜନ ଗୋଛି ନାମକ ଏହି ଯୁବକ ମୋବାଇଲ୍‌ ଟାଓ୍ୱାର ଶିଖର ଚଢିଯାଇଥିଲେ । ତାଙ୍କର କିଛି ଦାବି ପୂରଣ ନହେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ପୂର୍ବରୁ ମଳୟ ସେନାବାହିନୀରେ ଚାକିରି କରିଥିଲେ । ଏବେ ସେ ସମାଜରୁ ଦୁର୍ନୀତଗ୍ରସ୍ତ ଅଧିକାରୀଙ୍କୁ ହଟାଇବା ସହ ବେକାରୀ ମାନଙ୍କୁ ନିଯୁକ୍ତି ଦେବା ସହ ଅନେକ ଦାବି ରଖିଛନ୍ତି । ଯଦି ଦାବି ପୂରଣ ନହୁଏ କି ପ୍ରଶାସନ ନିକଟରୁ ଲିଖିତ ଭାବେ ପ୍ରତିଶୃତି ନମିଳେ । ତେବେ ସେ ଟାଓ୍ୱାରରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com