ଜାତୀୟରାଜନୀତି

UP ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା Congress, BJP ଠାରୁ ବଳିଗଲା ପ୍ରତିଶ୍ରୁତିର ଲିଷ୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏପରି ସ୍ଥିତିରେ ଗତକାଲି ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିବା ଆଜି କଂଗ୍ରେସର ପାଳି । ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଲକ୍ଷେ୍ନøଠାରେ ନିର୍ବାଚନୀ ଇସ୍ତାହାର ‘ଉନ୍ନତି ବିଧାନ’ ଘୋଷଣା କରିଛନ୍ତି । ଇସ୍ତାହାରରେ ମୁଖ୍ୟତଃ ମହିଳା, କୃଷକ, କ୍ଷୁଦ୍ର ବ୍ୟବସାୟୀଙ୍କ ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟର ଜନସାଧାରଣଙ୍କ ପରିବର୍ତ୍ତନ ପାଇଁ ରାଜନୈତିକ ସିଷ୍ଟମ ବଦଳିବା ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି । ଦେଖନ୍ତୁ ନିର୍ବାଚନ ପାଇଁ କ’ଣ ରହିଛି କଂଗ୍ରେସର ପ୍ରତିଶ୍ରୁତି ।

୧- କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ଼ କରିବ ।

୨- ବିଦ୍ୟୁତ ବିଲ୍ ଅଧା କରାଯିବା ସହ କୋଭିଡ୍ ପିରିୟଡର ବିଲ ଛାଡ଼ କରାଯିବ ।

୩- ୨୫ ହଜାର କୋଭିଡ୍ ପୀଡ଼ିତ ପରିବାରଙ୍କୁ ଆର୍ଥିକ ସହାୟତ ଦିଆଯିବ ।

୪- ୧୨ ଲକ୍ଷ ସରକାରୀ ଚାକିରି ଦିଆଯିବ, ୮ ଲକ୍ଷ ମହିଳାଙ୍କ ପାଇଁ ରହିବ ।

୫- ଉଦ୍ୟୋଗପତିଙ୍କ ପାଇଁ ୫ ହଜାର କୋଟି ସିଡ୍ ଷ୍ଟାଟ୍ ଅପ୍ ଫଣ୍ଡ ହେବ ।

୬- କୋଭିଡ୍ ସମ୍ମୁଖ ଯୋଦ୍ଧାଙ୍କୁ ୫୦ ଲକ୍ଷ ସହାୟତା ଦିଆଯିବ ।

୭- ୨ ଲକ୍ଷ ଶିକ୍ଷକଙ୍କୁ ନିଯୁକ୍ତି ମିଳିବା ସହ ସଂସ୍କୃତ ଓ ଉର୍ଦ୍ଦୁ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯିବ ।

୮- ଧାନ, ଗହମ କ୍ୱିଣ୍ଟାଲକୁ ୨୫୦୦ ଟଙ୍କା ଓ ଆଖୁ ୪୦୦ କ୍ୱିଣ୍ଟାଲକୁ ଟଙ୍କାରେ କ୍ରୟ କରାଯିବ ।

୯- ଭିନ୍ନକ୍ଷମ ମହିଳାଙ୍କ ସହାୟତା ରାଶି ମାସିକ ୩ ହଜାରକୁ ବୃଦ୍ଧି ହେବ ।

୧୦- ମହିଳା ପୋଲିସ ଅଫିସରମାନେ ସେମାନଙ୍କର ନିଜ ସହରରେ ନିଯୁକ୍ତି ପାଇବେ ।

୧୧- ଏକ୍ସ-ଆର୍ମିଙ୍କ ପାଇଁ ବିଧାନ ପରିଷଦ ସିଟ୍ ସଂରକ୍ଷିତ ରହିବ ।

୧୨- ସ୍କୁଲ ରୋଷେୟାଙ୍କ ଦରମା ୫ ହଜାରଙ୍କୁ ବୃଦ୍ଧି ପାଇବ ।

୧୩- ସାମ୍ବାଦିକଙ୍କ ଉପରୁ ମାମଲା ହଟାଯିବା ସହ ଯେଉଁମାନେ ଜେଲରେ ଅଛନ୍ତି ସେମାନଙ୍କୁ ମୁକ୍ତ କରାଯିବ ।

୧୪- ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କୁ ମାଗଣାରେ କେଜିରୁ ପିଜି ଶିକ୍ଷା ପ୍ରଦାନ ଦିଆଯିବ ।

୧୫- ଗ୍ରାମ ପ୍ରଧାନଙ୍କ ମାସିକ ବେତନ ୬ ହଜାରକୁ ବୃଦ୍ଧି ପାଇବ ।

୧୬- ୩- ୪୦ ପ୍ରତିଶତ ଚାକିରି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com