ଓଡ଼ିଶା

ବ୍ରହ୍ମଗିରିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମହିଳା ସମେତ ୬ ଗୁରୁତର

ବ୍ରହ୍ମଗିରି() ବ୍ରହ୍ମଗିରିରେ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣେ ମହିଳା ସମେତ ୬ ଜଣ ଗୁରୁତର ।

ସୂଚନାଯୋଗ୍ୟ ଯେ, ବ୍ରହ୍ମଗିରି ବ୍ଲକ୍ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ଗୁରୁବାର ସକାଳୁ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଟେକାପଥର ସହ ଠେଙ୍ଗା ମାଡ ଆରମ୍ଭ ହୋଇଥିଲା । ଏଥିରେ ଜଣେ ମହିଳା ସମେତ ୬ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଆହତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com