ଓଡ଼ିଶା

ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର, ସକାଳୁ ସକାଳୁ ୪ଟି ସ୍ଥାନରେ ଚଢ଼ାଉ

ସମ୍ବଲପୁର() ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମଲେଶ୍ୱରୀ ମିଲକ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କିଶୋରଙ୍କ ସମ୍ବଲପୁରର ସାକ୍ଷୀପଡ଼ାରେ ଥିବା ଦୁଇ ମହଲା  ଘର, ପୁରୀ ସ୍ଥିତ ପୈତୃକ ଘର, ଭୁବନେଶ୍ୱରର ଥିବା ଆପାଟମେଣ୍ଟ୍‌ ଓ  ତାଙ୍କ କାର୍ଯ୍ୟାଳୟରେ  ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ଚଢ଼ାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ କରାଯାଇଥିବା ଜଣାଯାଇଛି।

କିଶୋର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା।  ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ଭୋରରୁ କିଶୋରଙ୍କ  ଘରେ ଚଢ଼ାଉ କରିଥିଲା। ସମଲେଶ୍ୱରୀ ମିଲ୍କ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକ କହିଛନ୍ତି, ମୋର ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ନାହିଁ। ସମ୍ବଲପୁରର ସାକ୍ଷୀପଡ଼ାରେ ଥିବା ଦୁଇ ମହଲା ଘର ଓ ଭୁବନେଶ୍ୱରର ଥିବା ଆପାଟମେଣ୍ଟ୍‌ ମୁଁ ଲୋନରେ କରିଛି। ମୋର ଚାକିରି ୩୬ବର୍ଷ ହେଲାଣି।

Related Articles

Back to top button
WP Twitter Auto Publish Powered By : XYZScripts.com