ଓଡ଼ିଶା

ସଜାଗ ପୋଲିସ, ଛକ ଛକରେ ଚାଲିଛି ଯାଞ୍ଚ

ନିମାପଡ଼ା () ନିର୍ବାଚନ ସମୟ ସନ୍ନିକଟ । ଛକ ଛକରେ ଲାଗିଛି ଗହଳି । ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରିବାକୁ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଯେପରି କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ପଇଁତରା ମାରୁଛି ପୋଲିସ  ।  ପୁରୀ ଜିଲ୍ଲା ନିମାପଡା ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ନିମାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଛକ ଓ ବଜାରରେ ଏସଡିପିଓ ଓ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ରାତ୍ରି ପ୍ରେଟ୍ରୋଲିଂ କରୁଛି  । ଦୁଇ ଚକିଆ ଓ ଚାରି ଚକିଆ ଯାନକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି  । ଯେହେତୁ ନିର୍ବାଚନ ସମୟ ଅତିକ୍ରମ କରୁଛି ତେଣୁ ଏହି ପ୍ରକ୍ରିୟାକୁ ଜୋରଦାର କରିଛି ପୋଲିସ ।
ବିଶେଷ କରି ନିର୍ବାଚନ ସମୟରେ ନିଶା ଏବଂ ଅର୍ଥ କାରବାର ହୋଇଥାଏ  । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ  ।  ତେଣୁ ଏହି ସମୟରେ ଟଙ୍କା କାରବାର ଓ ନିଶା ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡାକଡି କରାଯିବ ବୋଲି ନିମାପଡା ଏସଡିପିଓ ଦେବାଶିଷ ମିଶ୍ର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com