ଜାତୀୟ

ଆଜିଠୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଖୋଲା ରହିବ ମୁଗଲ ଗାର୍ଡେନ, କେବଳ ଅନଲାଇନରେ ବୁକିଂ କରିପାରିବେ ଟିକେଟ

ନୂଆଦିଲ୍ଲୀ() ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ମୁଗଲ ଗାର୍ଡେନ । ଆସନ୍ତା ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଖୋଲା ରହିବ ରାଷ୍ଟ୍ରପତି ଭବନ ଅନ୍ତର୍ଗତ ପୁଷ୍ପ ଉଦ୍ୟାନ । ତେବେ କେବଳ ଅନଲାଇନ ଜରିଆରେ ଟିକେଟ ବୁକିଂ କରିବାକୁ କୁହାଯାଇଛି । ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବ ୧୧ ପ୍ରକାରର ଟୁଲିପ । ଏହି ଫୁଲ ଫେବ୍ରୁଆରୀରେ ଫୁଟିବା ଆରମ୍ଭ ହୋଇଥାଏ । ଗତ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ଷିକ ଉଦ୍ୟାନୋତ୍ସବକୁ ଉଦଘାଟନ କରିଥିଲେ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରହିବ । ପ୍ରତ୍ୟେକ ସ୍ଲଟରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ । ସାଥୀରେ ମୋବାଇଲ ନେଇପାରିବା ଲାଗି ଦର୍ଶକଙ୍କୁ ଅନୁମତି ଦିଆଯିବ । ତେବେ କ୍ୟାମେରା, ରେଡିଓ, ଟ୍ରାଞ୍ଜିଷ୍ଟର, ବ୍ୟାଗ, ପାଣି ବୋତଲକୁ ନିଷିଦ୍ଧ କରାଯାଇଛି । ଥର୍ମାଲ ସ୍କ୍ରିନିଂ ପରେ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ଏବଂ ମାସ୍କକୁ ବାଧ୍ୟତାମୂଳକ କରାଯିବ । ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ପ୍ରତିଷ୍ଠିତ ମୁଗଲ ଗାର୍ଡେନରେ ୧୫୯ ପ୍ରକାର ଗୋଲାପ ଫୁଲ ଗଛ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com