ଓଡ଼ିଶା

ସୀତାଙ୍କ ପାଇଁ ଲକ୍ଷ୍ମଣ ଖୋଲିଥିଲେ କୁଣ୍ଡ, ସେବେଠାରୁ ପାଳନ ହେଉଛି ଦେବରକୁଣ୍ଡ ମେଳା

ଭଦ୍ରକ () ପବିତ୍ର ଭୈମ ଏକାଦଶୀରୁ ଆରମ୍ଭ ହୁଏ ଦେବର କୁଣ୍ଡ ମେଳା । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମ ଓ ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଶର ମୁନରେ ସୃଷ୍ଟି କରିଥିଲେ ସେହି କୁଣ୍ଡ । ଆଉ ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ ।

ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି କୁଣ୍ଡରେ ସ୍ନାନ କଲେ ରୋଗ ଶୋକ ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ବାସ ରହିଛି । ତେବେ କରୋନା କଟକଣା ମଧ୍ୟ ପାଳିତ ହେଉଛି ଭଦ୍ରକର ଦେବର କୁଣ୍ଡ ମେଳା । ୧୨ ଦିନ ଧରି ଚାଲେ ଏହି ମେଳା । ବହୁ ଦୂର ଦୂରାନ୍ତରୁ ବ୍ୟବସାୟୀ ମାନେ ଧାଇଁ ଆସନ୍ତି ଏହି ମେଳାକୁ ।
ଭଦ୍ରକ ବ୍ୟତୀତ ଭଦ୍ରକ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସନ୍ତି । ଘର କରଣା ଜିନିଷ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳି ଭଳି ସୁସୁଆଦୁ ଖାଦ୍ୟ ଏଠାରେ ମିଳେ । ତେବେ କାରୋନା କଟକଣା ମଧ୍ୟ ମେଳା ପାଳିତ ହେଉଛି । କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଲୋକଙ୍କୁ ସାନିଟାଇଜର ବଣ୍ଟନ କରିବା ସହ ମାସ୍କ ବ୍ୟବହାର ପାଇଁ ଅନୁରୋଧ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com