ଅନ୍ୟାନ୍ୟ

ପୁଟିନ-ବାଇଡେନ୍ ଆଲୋଚନା ପୂର୍ବରୁ ଆମେରିକାର ନୂଆ ଚାଲ୍, ପୋଲାଣ୍ଡକୁ ପଠାଇଲା ୩୦୦୦ ସୈନିକ

ନୂଆଦିଲ୍ଲୀ ()  ୟୁକ୍ରେନ ସଙ୍କଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଶନିବାର ଆମେରିକା ଓ ଋଷ ରାଷ୍ଟ୍ରପତି ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ ଆମେରିକା ୟୁକ୍ରେନ ନିକଟସ୍ଥ ନାଟୋ ଦେଶକୁ ସୈନ୍ୟ ପଠାଇବା ଆରମ୍ଭ କଲାଣି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୩ ହଜାର ଆମେରିକୀୟ ସୈନିକଙ୍କୁ ପୋଲାଣ୍ଡ ପଠାଇଛନ୍ତି । ପୂର୍ବରୁ ପୋଲାଣ୍ଡରେ ଆମେରିକାର ୧୭୦୦ ସୈନିକ ରହିଛନ୍ତି । ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷ ଆକ୍ରମଣ ନେଇ ନାଟୋ ଦେଶ ଚିନ୍ତିତ ଅଛନ୍ତି । ତେଣୁ ଆମେରିକା ନାଟୋ ସହଯୋଗୀ ଦେଶଙ୍କୁ ସାମରିକ ଶକ୍ତି ଯୋଗାଉଛି ।
ପେଣ୍ଟାଗନର ସୂଚନା ଅନୁସାରେ, ୩ ହଜାର ସୈନିକଙ୍କୁ ପୋଲାଣ୍ଡ ପଠାଯାଉଛି । ଏହି ସୈନିକମାନେ ଉତ୍ତର କେରାଲିନାରେ ନିୟୋଜତ ଅଛନ୍ତି । ସମସ୍ତ ସୈନିକ ୟୁଏସ ୮୨ ଏୟାରବର୍ଣ୍ଣ ଡିଭିଜନର ଅଟନ୍ତି ।
ୟୁଏସ ସ୍ପଷ୍ଟ କରିଛି ଯେ, ସୈନିକମାନେ ୟୁକ୍ରେନ ଓ ଋଷ ମଧ୍ୟରେ ହେବାକୁ ଥିବା ସମ୍ଭାବିତ ଯୁଦ୍ଧରେ ସାମିଲ ହେବେ ନାହିଁ । ସେମାନେ କେବଳ ନାଟୋ ଦେଶ ସୈନ୍ୟଙ୍କୁ ଟ୍ରେନିଂ ଦେବେ । ପୋଲାଣ୍ଡର ସୀମା ୟୁକ୍ରେନ ଓ ଋଷ ସହ ଲାଗିଥିବାରୁ ଅଧିକ ସଙ୍କଟ ରହିଛି ।
ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସମ୍ଭାବିତ ଯୁଦ୍ଧକୁ ନେଇ ଚିନ୍ତିତ ଅଛନ୍ତି । ସେ ନିଜ ନାଗରିକଙ୍କୁ ୟୁକ୍ରେନ ଛାଡି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com