ଅନ୍ୟାନ୍ୟ

ଝିଅର ହ୍ବାଟସ ଆପ ଷ୍ଟାଟସ ପାଇଁ ମା’କୁ ହତ୍ୟା

ନୂଆଦିଲ୍ଲୀ () ମହାରାଷ୍ଟ୍ରର ପାଲଘରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ରଖିଥିବା ହ୍ବାଟସ ଆପ ଷ୍ଟାଟସ ପାଇଁ ମା’କୁ ହତ୍ୟା କରାଯାଇଥିବା ଅଭିଯୋଗ ‌ହୋଇଛି। ଏହି ହତ୍ୟା ଘଟଣାରେ ଝିଅ ସାଙ୍ଗର ପରିବାରଲୋକ ସାମିଲ ଥିବା କୁହାଯାଉଥିବା ବେଳେ ପୁଲିସ ତିନିଜଣଙ୍କୁ ଗିରଫ କରିଛି। ମୃତ ମହିଳାଙ୍କ ନାମ ଲିଲାବତୀ ପ୍ରସାଦ ଓ ବୟସ ୪୮ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।
ବୋଇସର ପୁଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ସୁରେଶ କଦମ କହିଛନ୍ତି ଯେ ମହିଳାଙ୍କ ୨୦ ବର୍ଷର ଝିଅ ହ୍ବାଟସ ଆପ ଷ୍ଟାଟସରେ କିଛି ଲେଖିଥିଲା। ଏହି ଲେଖା ଦେଖିବା ପରେ ଲିଲାବତୀଙ୍କ ଝିଅ ସାଙ୍ଗର ପରିବାର ସଦସ୍ୟଙ୍କୁ ପସନ୍ଦ ଆସି ନଥିଲା।
ସେମାନେ ଅନୁଭବ କରିଥିଲେ କି ଏହି ଲେଖା ସେମାନଙ୍କୁ ଅପମାନିତ କରିବା ପାଇଁ ଲିଲାବତୀଙ୍କ ଝିଅ ହ୍ବାଟସ ଆପରେ ଲେଖିଛନ୍ତି । ଏସବୁ ପରେ ଝିଅର ସାଙ୍ଗର ପରିବାର ସଦସ୍ୟ ଲିଲାବତୀଙ୍କ  ଉପରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଲିଲାବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲିଲାବତୀ ପ୍ରସାଦଙ୍କ ମୃତ୍ୟୁ ‌ହୋଇଯାଇଥିଲା।
ମୃତ ମା’ର ଝିଅର କହିବାନୁସାରେ, ସେ ତାର ହ୍ବାଟସ ଆପ୍ ଷ୍ଟାଟସରେ ସାଧାରଣ ପୋଷ୍ଟ ଦେଇଥିଲା। ଏହା ତାଙ୍କ ସାଙ୍ଗଙ୍କ ପରିବାର ପାଇଁ ଆଦୌ ନଥିଲା। ଏହା ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଝିଅର ସାଙ୍ଗ ପରିବାରର ତିନିଜଣ ସଦସ୍ୟଙ୍କୁ ଗିରଫ କରିଥିଲା।
ପୁଲିସ କହିଛି ଯେ ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ସେମାନଙ୍କୁ ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com