ଓଡ଼ିଶା

ଦୋକାନ ଘର ଭିତରକୁ ପଶିଗଲା ବସ୍‌ : ବାଇକ୍ ଆରୋହୀ ଗୁରୁତର, ଅନ୍ୟ ୩ ଜଣ ଆହତ

ଉଦଳା() ଦୋକାନ ଘର ଭିତରକୁ ପଶିଗଲା ବସ୍‌ । ଏକ ଯାତ୍ରୀବାହୀ ବସ୍‌ ଦୋକାନ ଘର ଭିତରକୁ ପଶିଗଲା ବସ୍ । ଏଭଳି ଘଟଣା ଘଟିଛି ଉଦଳା-ବାରିପଦା ରାଜ୍ୟ ରାଜପଥର ବୃନ୍ଦାଗଡି ଛକ ନିକଟରେ । ସାରସକଣାରୁ ଭରବଙ୍କନଶ୍ବର ଭାୟା ଉଦଳା ହୋଇ ଯାଉଥିବା ସାଇଶଙ୍କର ନାମକ ଯାତ୍ରୀବାହୀ ବସ୍‌ । ବୃନ୍ଦାଗଡି ଛକ ନିକଟରେ ଜଣେ ବାଇକ୍‌ ଆରୋହୀ ସାମ୍ନାକୁ ଚାଲି ଆସିବାରୁ ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ ବସ୍‌ ଡ୍ରାଇଭର । ହେଲେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେବା ସହିତ ବସ୍‌ଟି ରାସ୍ତା ପାର୍ଶ୍ବରେ ଥିବା ଏକ ଦୋକାନ ଘର ଭିତରକୁ ପଶିଯାଇଥିଲା ।

ଯାହାଫଳରେ ବସରେ ଥିବା ଦୁଇ ଜଣ ଯାତ୍ରୀ, ଡ୍ରାଇଭର ଆହତ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାଇକ୍‌ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ବାଇକ୍‌ ଆରୋହୀ ଜଣଙ୍କ ହେଲେ ଉଦଳା ଥାନା ଅଣ୍ଡିଆମୁଣ୍ଡି ଗ୍ରାମର ଲକ୍ଷ୍ମଣ ଚରଣ ମୁର୍ମୁ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com