ଓଡ଼ିଶା

ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ସମ୍ବଲପୁର() ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ରେଡ୍ ।  ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ  ।

ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍ପାର୍କ ରେସିଡେନ୍ସିର ଫ୍ଲାଟ ନମ୍ବର ୨୦୧ ଓ ୨୦୩, ଭୁବନେଶ୍ବର ଖଣ୍ଡଗିରିର କସମୋପଲିସ ଫ୍ଲାଟ୍ ନମ୍ବର ଏଚ ୦୨୨ରେ ୪ଟି ଟିମ୍ ଚଢାଉ ଜାରି ରଖିଛି । ଏଥିରେ ୨ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନୀଲ କୁମାର ପଣ୍ଡା ।

Related Articles

Back to top button
WP Twitter Auto Publish Powered By : XYZScripts.com