ଜାତୀୟରାଜନୀତି

ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପଙ୍କ ବାସଭବନରେ ଆକ୍ରମଣ, ହତ୍ୟା ଧମକ ଦେଲେ ଆକ୍ରମଣକାରୀ

ପାଟନା() ରାଷ୍ଟ୍ରୀୟ ଜନତା ଦଳ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ପାଟନା ସ୍ଥିତ ବାସଭବନ ଉପରକୁ ଆକ୍ରମଣ ହୋଇଛି । ତାଙ୍କ ବାସଭବନ ବାହାରେ କିଛି ଲୋକ ରବିବାର ରାତି ସାଢେ ୧୦ଟା ବେଳେ ହୋହଲ୍ଲା କରିଥିଲେ । ଏହି ସମୟରେ ତେଜ ପ୍ରତାପଙ୍କ ଘର ଉପରକୁ ସେମାନେ ଟେକା ପଥର ମଧ୍ୟ ଫିଙ୍ଗିଥିଲେ । ଏହାସହ ତାଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ତେଜ ପ୍ରତାପଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି ଆକ୍ରମଣକାରୀ ।

ଏହି ମାମଲାକୁ ନେଇ ପାଟନା ସଚିବାଳୟ ଥାନାରେ ମାମଲା ରୁଜୁ କରାଯାଇଛି । ହୋହଲ୍ଲା କରିଥିବା ଲୋକମାନେ ଆରଜେଡିର ଯୁବ ଉପାଧ୍ୟକ୍ଷ ସୃଜନ ସ୍ବରାଜଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ସୃଜନ ସ୍ବରାଜ ସଚିବାଳୟ ଥାନାରେ ଅଭିଯୋଗ କରି କହିଛନ୍ତି, ଗୌରବ ଯାଦବ ନିଜର ୧୦ ସନ୍ତାନଙ୍କ ସହ ତେଜ ପ୍ରତାପ ଯାଦବଙ୍କ ପାଟନା ସ୍ଥିତ ବାସଭବନରେ ଜୋରଜବରଦସ୍ତି ପଶିଥିଲେ । ଏହାସହ ହତ୍ୟା ଧମକ ମଧ୍ୟ ଦେଇଥିଲେ ।

ଅଭିଯୋଗରେ ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ସେମାନେ ସମସ୍ତେ ମଦ୍ୟପାନ କରି ଆସିଥିଲେ । ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ ସେ କହିଛନ୍ତି । ଏହାସହ ସୃଜନ ସ୍ବରାଜ ନିଜ ଜୀବନ ପ୍ରତି ମଧ୍ୟ ବିପଦ ଥିବା ଦର୍ଶାଇ ପୋଲିସ ନିକଟରେ ସୁରକ୍ଷା ଲୋଡିଛନ୍ତି । ତେଜ ପ୍ରତାପ ଯାଦବ ହସନପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com