ଓଡ଼ିଶା

ସ୍ପେଶାଲ ସ୍କ୍ୱାର୍ଡ ହାତରେ ଜମତାରା ଗ୍ୟାଙ୍ଗର ଦୁଇ ଠକ

ଭୁବନେଶ୍ୱର ()  ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ । ଦୁଇଜଣଙ୍କୁ ଗିରିଢ଼ିରୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାର୍ଡ । kyc ଅପଡେଟ କରିବା ନାଁରେ ୬୬ ଲକ୍ଷ ଠକି ଥିଲା ୨ ଜଣିଆ ଗ୍ୟାଙ୍ଗ । ଝାଡ଼ଖଣ୍ଡରେ ରହି ଓଡ଼ିଶା ଲୋକଙ୍କ ଆକାଉଣ୍ଟରୁ ଲୁଟି ଥଲେ ଟଙ୍କା । ଏନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
 ସୂଚନା ଯୋଗ୍ୟ ଯେ, ପ୍ରଥମେ ଗ୍ରାହକଙ୍କ ସହ କଥା ହୋଇ ବିଶ୍ୱାସଭାଜନ ହେବା ପରେ ଚତୁରତାର ସହ ଠକୁଛି ଜମତାରା ଗ୍ୟାଙ୍ଗ । ବିଭିନ୍ନ ପ୍ରକାର ଟେକନିକ୍ ବ୍ୟବହାର କରି ଲୋକଙ୍କଠାରୁ ଡାଟା ନେଇ ଠକୁଛି ଗ୍ୟାଙ୍ଗ । ଏ ସମ୍ପର୍କିତ ଏକ ଭିଡିଓ ଜାରି କରିବା ସହ ଫୋନ୍ ଯୋଗେ କୌଣସି ବ୍ୟାଙ୍କ ଡିଟେଲ୍ସ ମାଗୁଥିବା ଲୋକଙ୍କୁ ଡାଟା ନଦେବାକୁ ପରାମର୍ଶ ଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।
ଏହି ଜମତାରା ଗ୍ୟାଙ୍ଗ ପ୍ରଥମେ ଗ୍ରାହକଙ୍କୁ କଲ୍ କରି ବ୍ୟାଙ୍କର କର୍ମଚାରୀ ବୋଲି କହୁଛନ୍ତି । କଲ୍ କରି ଗ୍ରାହକଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାର ଅଛି କି ବୋଲି କହୁଛନ୍ତି । ଏହାର କିଛି ସମୟ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ ଦେଉଛି ବୋଲି ସାଇବର ଠକ କହୁଛି । ଏହା ପରେ ଅନ୍ୟ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି କଥା ହେଉଛି ଏବଂ KYC ଅପଡେଟ କରିବାକୁ ଗ୍ରାହକଙ୍କୁ କହୁଛି । KYC ଅପଡେଟ କରିବାକୁ ଗ୍ରାହକଙ୍କୁ ତାଙ୍କ ଏଟିଏମ୍ କାର୍ଡର ୧୬ ଟିକିଆ ନମ୍ବର ମାଗୁଛନ୍ତି । ଏହା ପରେ ଏହି ଏଟିଏମ କାର୍ଡର ଏକ୍ସପାରି ନମ୍ବର ଅଛି କି ନାହିଁ ତାହା ପଚାରୁଛନ୍ତି । ଏହା ପରେ ଗ୍ରାହକଙ୍କୁ ଏକ କୋର୍ଡ ମାଗୁଛନ୍ତି । ଗ୍ରାହକ ସାଇବର ଠକଙ୍କୁ କୋର୍ଡ ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com