ଜାତୀୟ

ଭୀଷଣ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା କାର୍, ୪ ଯବାନଙ୍କ ସମେତ ୫ ମୃତ

ଜୟପୁର() ରାଜସ୍ଥାନର ଜୟପୁରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଫର୍ଚୁନର୍ କାର୍ ଖୁବ୍ ଜୋରରେ ଏକ ଗଛରେ ପିଟିହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୪ଜଣ ପୋଲିସ୍ ଓ ଜଣେ ଅଭିଯୁକ୍ତ ରହିଥିଲେ । ଏହି କାର୍ ଦିଲ୍ଲୀରୁ ଗୁଜୁରାଟ ଅଭିମୁଖେ ଆସୁଥିଲା । ଆଜି ଭୋରରୁ ଏହି ଅଘଟଣ ଘଟିଛି । ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ପୋଲିସ୍ ଅଫିସର୍ ଗୁଜୁରାଟର ହୋଇଥିବା ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, “ଦିଲ୍ଲୀରୁ ଗୁଜୁରାଟ ପୋଲିସ୍ ଜଣେ ଅଭିଯୁକ୍ତକୁ ନେଇ ଯାଉଥିବା ସମୟରେ ଜୟପୁରର ଭାବଋ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବ ଫଳରେ ୪ ଜଣ ପୋଲିସ୍ କର୍ମୀ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ” ।

Related Articles

Back to top button
WP Twitter Auto Publish Powered By : XYZScripts.com