ଅନ୍ୟାନ୍ୟ

କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର; ୨ ଶିଶୁ ସମେତ ୬ ଜଣ ମୃତ

ଲଖନଉ : ଉତ୍ତରପ୍ରଦେଶର ବାରାବଙ୍କୀ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଭୋର ୩ଟା ସମୟରେ ଅଯୋଧ୍ୟା-ଲଖନଉ ହାଇୱେରେ ରାମସନେହୀଘାଟ କୋତବାଲୀର ନାରାୟଣପୁର ନିକଟରେ କାର ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି ବୋଲି ଖବର ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଯୋଗ୍ୟ, ଗୁଜରାଟର ସୁରଟରୁ ଆସୁଥିବା ଏକ କାରରେ ଉକ୍ତ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେମାନେଅଯେ।ଧ୍ୟା ଜିଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହାଇୱେରେ ଠିଆ ହୋଇଥିବା କଣ୍ଟେନରକୁ ପଛ ପଟୁ କାରଟି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଖୁବ ଜୋରରେ ହୋଇଥିବାରୁ କାରର ଅଧିକାଂଶ ଅଂଶ କ୍ଷତିଗ୍ରସ୍ତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com