ଅନ୍ୟାନ୍ୟ

ଦିଲ୍‌ ମେଁ ହୋ ତୁମ୍‌, ଆଖୋଁ ମେଁ ତୁମ୍‌… ବାପି ଦା’ଙ୍କୁ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଦେଲେ ଆଇଟିବିପି ଯବାନ

ମୁମ୍ବାଇ()  ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରି । ୬୯ ବର୍ଷରେ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ବାପି ଲାହିରିଙ୍କ ଦେହାନ୍ତ ଖବର ଶୁଣି ପ୍ରଂଶସକମାନେ ଶୋକ ଜାହିର କରିଛନ୍ତି । ଏହି ପ୍ରରିପେକ୍ଷୀରେ ଜଣେ ସୁରକ୍ଷାକର୍ମୀ ନିଆରା ଢଙ୍ଗରେ ବାପି ଦାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଆଇଟିବିପିରେ ନିୟୋଜିତ ଥିବା କନେଷ୍ଟବଳ ସୋଭନ ବାନାର୍ଜୀ ନିଆରା ଢଙ୍ଗରେ ବାପି ଲାହିରିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ ବାପି ଦାଙ୍କ ଫେମସ୍‌ ଗୀତ ଦିଲ୍‌ ମେ ହୋ ତୁମ୍‌, ଆଖୋଁ ମେ ହୋ ତୁମ୍‌ … ବୋଲୋ ତୁହ୍‌ମେ କେସେ ଚାହୁଁ.. । ଯାହାକୁ ଆଇଟିବିପି ନିଜ ଅଫିସିଆଲ୍‌ ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ସେୟାର କରିଛି । ଏହା ବାପି ଲାହିରିଙ୍ଗ ପ୍ରତି ଶ୍ରଦ୍ଧାଞ୍ଜଳୀ ବୋଲି ଆଇଟିବିପି ନିଜ ଟ୍ୱିଟ୍‌ରେ ଲେଖିଛି ।

ସୂଚନାଯୋଗ୍ୟ ଯେ, ୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମ ହୋଇଥିବା ବାପି ଲାହିରି ତାଙ୍କର ଭିନ୍ନ ଶୈଳୀ ହେତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ତଥା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଲୋକମାନଙ୍କ ମଧ୍ୟରେ ତାଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ଭରପୂର ସଂଗୀତଜ୍ଞ ଭାବରେ ବେଶ୍‌ ପରିଚିତ। ସେ ତାଙ୍କ ସମୟରେ ଅନେକ ହିଟ୍ ଗୀତ ଗାଇଛନ୍ତି । ସେ ବଲିଉଡ୍‌ର ଡିସ୍କୋ କିଙ୍ଗ୍‌ ଭାବରେ ବେଶ୍‌ ପରିଚିତ ଥିଲେ । ବାପି ଲାହିରିଙ୍କର ଚଲତେ ଚଲତେ, ଡିସ୍କୋ ଡାନ୍ସର ଗୀତ ଖୁବ୍‌ ହିଟ୍‌ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com