ଓଡ଼ିଶା

ମୁନ୍ ଟିଭି ବ୍ୟାନରରେ ନୂଆ ଫିଲ୍ମ ” ପ୍ରେମ କେବେ ହାରେନା”, ନଜର ଆସିବେ ନୂଆ ଯୋଡି ରୋହନ୍ ଓ ସସ୍ମିତା

() କରୋନା ଛାଟ ଭିତରେ ମୁନ୍ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ । ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଏଥର ନୂଆ ଚଳଚ୍ଚିତ୍ର “ପ୍ରେମ କେବେ ହାରେନା” ରେ ଓଲିଉଡରେ ନୂଆ ଯୋଡି ଭାବେ ଆସିବେ ରୋହନ ଓ ସସ୍ମିତା। ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ଚଳଚ୍ଚିତ୍ରର ଗଣେଶ ଅଗ୍ରୱାଲ, ନିର୍ଦ୍ଦେଶନାରେ ବିନି ପଟ୍ଟନାୟକ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଚଳଚ୍ଚିତ୍ର ଓ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶକ ବିଜୟ କୁମାର ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ l

ପ୍ରଥମଥର ପାଇଁ ଡେବ୍ୟୁରେ ଯୋଡ଼ି ଭାବେ ରୋହନ ଗର୍ଗ ଓ ସସ୍ମିତା‌ ସାହୁ‌ ଓଲିଉଡ଼ରେ ପଦାର୍ପଣ କରିବେ l ରୋହନ ଏଥିପୂର୍ବରୁ “ଲଭ ଇମ୍ପସିବୁଲ”, “ରିୟଲ ଲଭ ଷ୍ଟୋରୀ” ରେ ଅଭିନୟ କରି ସାରିଛନ୍ତି l ସେହିପରି ସସ୍ମିତା “ହାପି ଲକି “ଓ “ଓମ ସ୍ୱାହା”ରେ ଅଭିନୟ କରିସାରିଛନ୍ତି l ଏକାଥରକେ ୧୦ ଟି ଚଳଚ୍ଚିତ୍ର ଘୋଷଣା କରି ମୁନ ଟିଭି ଇତିହାସ ସୃଷ୍ଟି କରିଥିବାବେଳେ ଏଭଳି ଆଉ ଏକ ଉତ୍ସବ ଚଳଚ୍ଚିତ୍ର ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି l ଅନ୍ୟପକ୍ଷରେ ଅଭିନେତା ରୋହନ ମୁନ ଟିଭି ରେ ଦୁଇ ବର୍ଷ ପାଇଁ ଚଳଚ୍ଚିତ୍ର କରିବାକୁ ଚୁକ୍ତି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com