ଓଡ଼ିଶା

ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ: ହତ୍ୟା ନା ଆତ୍ମହତ୍ୟା!

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଏକ ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏଣେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ମୃତ ନବବଧୂଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ହାତିଆ ଗାଁର ଅଜୟ ବରାଳଙ୍କ ଝିଅ ଗୁଡ଼ୁଲି ବରାଳ ପ୍ରାୟ ବର୍ଷକ ପୂର୍ବେ ପୂଜାରୀ ସାହିର ଜଗନ୍ନାଥ ପୂଜାରୀଙ୍କୁ ପ୍ରେମବିବାହ କରିଥିଲେ। କିନ୍ତୁ ଆଜି ସକାଳେ ଘର ଭିତରୁ ଗୁଡ଼ୁଲିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଖବର ପାଇ ବ୍ରହ୍ମଗିରି ଥାନା ପୁଲିସ ଘଟଣାସ୍ତଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ ସୂଚନା ଦେଇଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଗାଁରେ ଚର୍ଚ୍ଚା ଲାଗି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com