ଓଡ଼ିଶା

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ

ନୀଳଗିରି() ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର । ଗୁଣି ଗାରେଡି ସନ୍ଦେହରେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜଙ୍ଗଲରେ ଅଟକ ରଖିବା ନେଇ ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଗୁଡିଖୋଳା ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଶ୍ୟାମସୁନ୍ଦର ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭୋଳାନାଥ ମାଝୀଙ୍କୁ ଗ୍ରାମବାସୀ ଜଙ୍ଗଲରେ ଅଟକ ରଖିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଗୁଡିଖୋଳା କେନ୍ଦ୍ରରେ ମତଦାନ ପ୍ରକ୍ରିୟା ବନ୍ଦ ପରେ ନୀଳଗିରି ଆଇଆଇସି ପହଞ୍ଚି ସମିତିସଭ୍ୟ ପ୍ରାର୍ଥୀଙ୍କୁ ଉଦ୍ଧାର କରିବା ପରେ ମତଦାନ ପ୍ରକ୍ରିୟା ପୁଣି ଚାଲୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com