ଓଡ଼ିଶା

ସେକ୍ଟର୍‌-୧୩ରେ ଅଧାରେ ଅଟକିଛି ୯୦ ଲକ୍ଷ ଟଙ୍କାର ଡ୍ରେନ୍‌ କାମ

କଟକ: ୨୦ ବର୍ଷ ତଳେ ସେକ୍ଟର ୧୩ ଅଞ୍ଚଳରେ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ନିମ୍ନ ମାନର କାମ ଯୋଗୁଁ ଅଳ୍ପ କିଛି ଦିନ ମଧ୍ୟରେ ତାହା ମାଟିରେ ମିଶି ଯାଇଥିଲା। ସେତେବେଳେ ଏଠାରେ କେହି ଘର ତିଆରି କରି ରହୁ ନଥିଲେ। ୨୦ ୧୭/୧୮ ମସିହା ବେଳକୁ ଲୋକେ ଘର ତିଆରି ଆରମ୍ଭ କରି ଏଠରେ ରହିବାକୁ ଲାଗିଲେ। କିନ୍ତୁ ଡ୍ରେନେଜ କାର୍ଯ୍ୟକ୍ଷମ ନ ଥିବାରୁ ସେ ସମୟରେ ବର୍ଷା ପାଣି ସହ ଲୋକଙ୍କ ବାଥରୁମ ପାଣି ସବୁ ରାସ୍ତା ଉପରେ ଲହଡି ମାରୁଥିଲା। ଲୋକେ ସିଡିଏ ଅଫିସରେ ବାରମ୍ବାର ଅଭିଯୋଗ କଲାପରେ ୨୦୧୮ ମସିହାରେ ଏଠାରେ ଡ୍ରେନ ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇଥିଲା। ପରେ କାମ ମଧ୍ୟ ଆରମ୍ଭ ହୋଇଥିଲା। କିଛି ଦିନ କାମ ଠିକ୍ ଠାକ୍ ଚାଲିବା ପରେ ହଠାତ୍ ଠିକାଦାର କାମ ବନ୍ଦ କରି କେଉଁଆଡ଼େ ଚାଲିଯିବା ପରେ ଡ୍ରେନ ନିର୍ମାଣ କାମ ଅଟକି ଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଆଉ ଡ୍ରେନ ନିର୍ମାଣ କାର୍ଯ୍ୟ ହୋଇ ପାରୁନଥିବା ଅଭିଯୋଗ ହୋଇଛି। ଫଳରେ ବର୍ଷା ପାଣି ସହ ଲୋକଙ୍କ ବାଥରୁମ ପାଣି ସବୁ ରାସ୍ତା ଉପରେ ଲହଡି ମାରୁଛି।

ପରିବେଶ ଦୂଷିତ ହେବା ସହ ମଶାବଂଶ ବୃଦ୍ଧି ପାଉଛନ୍ତି। ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଏବେ ଏପରି ଅବସ୍ଥା ଦେଖିବାକୁ ମିଳିଛି ଯେ ନିର୍ମାଣ ହୋଇଥିବା ଡ୍ରେନ ସବୁ ମାଟିରେ ପୋତି ହୋଇ ଯାଇଛି। ତାହା ଉପରେ ଅନାବନା ଗଛ ସବୁ ଉଠିବା ସହ ସେଠାରେ ଜଂଗଲ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ସିଡିଏ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ସହଯୋଗ ମିଳିପାରିନି ଏବେ ଏଠାରେ ବହୁ ଲୋକ ଘର ତିଆରି କରି ରହିଲେଣି। ସେମାନେ ନିଜ ଭାଗ୍ୟକୁ ଆଦରି ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ସେକ୍ଟର ୧୩ ଆବାସିକ ସଂଘର ସଭାପତି ବିଜ୍ଞାନ ଶର୍ମା ଓ ସଂପାଦକ ସୋମରଂଜନ ପଟ୍ଟନାୟକ କହିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com