ଜାତୀୟ

ସବୁଆଡେ ଯୁଦ୍ଧର ପ୍ରଭାବ: ୟୁକ୍ରେନ ଆକାଶରେ ଦିଶୁନି ଗୋଟିଏ ବି ଫ୍ଲାଇଟ, କ୍ଷଣିକରେ ବଦଳିଗଲା ଦେଶର ଏୟାରଟ୍ରାଫିକ

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଏଥିପାଇଁ ସମସ୍ତ ସିଭିଲିୟାନ ଏୟାରକ୍ରାଫ୍ଟସଗୁଡିକୁ ବନ୍ଦ କରିଛି ୟୁକ୍ରେନ । ପାଇଲଟ ଏବଂ ଅପରେଟର ମାନଙ୍କୁ ଏ ନେଇ ଏକ ଫର୍ମାଲ ନୋଟିସ ଦିଆଯାଇଛି । ଯେଉଁଥିରେ ସମ୍ଭାବ୍ୟ ବିପଦର ପୂର୍ବ ସୂଚନା ଦିଆଯାଇଛି ।
ଋଷର ଯୁଦ୍ଧ ଘୋଷଣା ପରେ କ୍ଷଣିକରେ ବଦଳି ଯାଇଛି ୟୁକ୍ରେନର ନକ୍ସା । ବଦଳିଯାଇଛି ଦେଶର ସମସ୍ତ ପରିସ୍ଥିତି । ଏହାର ପ୍ରଭାବ ଏୟାରସ୍ପେଶରେ ମଧ୍ୟ ଦେଖିବାକୁ ମିଳିଛି । ଲାଇଭ ଫ୍ଲାଇଟ ଟ୍ରାକିଙ୍ଗ ପ୍ଲାଟଫର୍ମ ଲକ୍ଷସଶଷଗ୍ଧକ୍ସବୟରକ୍ସ୨୪ ଟ୍ୱିଟ କରି ଏହାର ସୂଚନ ଦେଇଛନ୍ତି । ଯୁଦ୍ଧ ପରେ ୟୁକ୍ରେନ ଆକାଶରେ ଏବଂ ଏୟାରସ୍ପେଶରେ ହୋଇଥିବା ପରିବର୍ତ୍ତନର ଚିତ୍ର ସେ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେ ୭ ଦିନ ପୂର୍ବର ଏୟାର ଟ୍ରାଫିକ ଏବଂ ବର୍ତ୍ତମାନର ଏୟାର ଟ୍ରାଫିକକୁ ତୁଳନା କରିଛନ୍ତି । ଏଥିରେ ୟୁକ୍ରେନ ଆକାଶରେ ଗୋଟିଏ ବି ଫ୍ଲାଇଟ ଦେଖା ଯାଉନାହିଁ । ସୁରକ୍ଷାକୁ ନଜରରେ ରଖି ଅନେକ ଫ୍ଲାଇଟର ରୁଟ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com