ଓଡ଼ିଶା

ସ୍ବାଭିମାନ ଅଂଚଳରେ ଶାନ୍ତିରେ ସରିଲା ନିର୍ବାଚନ ; ଫୁଲ,ଚନ୍ଦନ ଦେଇ ଲଞ୍ଚରେ ପୁଲିଂ ଅଧିକାରୀଙ୍କୁ ବିଦା କଲେ ଲୋକେ ନକ୍ସଲ ପ୍ରବଣ ତୋଟାଗୁଡାରେ ୧୧ଟି ଭୋଟଦାନ କେନ୍ଦ୍ର ଖୋଲାଯାଇଥିଲା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଦୀର୍ଘ ୧୦ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ହେଲା। ଜିଲ୍ଲା ପ୍ରଶାସନ ଏବଂ ପୁଲିସ ତଥା ବିଏସଏଫର ମିଳିତ ଉଦ୍ୟମରେ ଏହା ସଫଳତାର ସମାପ୍ତ ହେଲା।ଯାହାର ଶ୍ରେୟ ସରକାର ମଧ୍ୟ ନେବେ।ଆଜି ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ଚିତ୍ରକୋଣ୍ଡା ବ୍ଲକରେ ରଖାଯାଇଥିଲା।ଚିତ୍ରକୋଣ୍ଡା ବ୍ଲକର ୧୮ଟିଟ ପଞ୍ଚାୟତର ୨୨୨ଟି ବୁଥରେ ମତଦାନ ହୋଇଥିଲା।ତେବେ ସବୁଠାରୁ ଏକ ସୁନ୍ଦର ମୁହର୍ତ୍ତ ଥିଲା,ଯେତେବେଳେ ସ୍ବାଭିମାନ ଅଂଚଳର ନକ୍ସଲ ପ୍ରବଣ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡାକୁ ପୁଲିଂ ଅଧିକାରୀମାନେ ଯିବାକୁ ବାହାରିଲେ।ପ୍ରକାଶ ଥାଉକି ଏହି ଅଂଚଳ ସ୍ବାଭିମାନ ଅଂଚଳର ସବୁଠାର ବିପଦପୂର୍ଣ୍ଣ ସ୍ଥାନ।ତୋଟାଗୁଡା ଗ୍ରାମରେ ୧୧ଟି ଭୋଟଦାନ କେନ୍ଦ୍ର ଖୋଲାଯାଇଥିଲା।
ମୋଟ ୪୪ ଜଣ ପୁଲିଂ ଅଧିକାରୀ ସମେତ ସୁରକ୍ଷା କର୍ମୀ ସେଠାରେ ଲଞ୍ଚ ଯୋଗେ ପହଞ୍ଚିଥିଲେ।ପ୍ରାୟ ୬୦ କିଲୋମିଟର ବାଟ ବିପଦପୂର୍ଣ୍ଣ ଜଳଯାତ୍ରା କରିଥିଲେ।ପୁଲିଂ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଯେତେବେଳେ ଲଞ୍ଚରେ ଛଡାଗଲା ତାହା ପୂର୍ବରୁ ସମସ୍ତଙ୍କୁ ଫୁଲ,ଚନ୍ଦନ ଏବଂ ନଡିଆ ମାରି ସଫଳତା କାମନା କରାଗଲା।ଯେଭଳି ଭାବେ ଏମାନେ ସୁରୁଖୁରୁରେ ଘରେ ପହଞ୍ଚିବେ ସନେଇ ପୂଜାର୍ଚ୍ଚନା କରାଗଲା।ପୁଲିଂ ଅଧିକାରୀମାନେ ମଧ୍ୟ ମନରେ ଭୟ ରହିଥିଲେ ମଧ୍ୟ ବାହାରକୁ ପ୍ରକଟ କରୁନଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।ସମସ୍ତେ ଭଗବାନଙ୍କୁ ଡାକି ଲଞ୍ଚରେ ଚଢିଥିଲେ।ଦୀର୍ଘ ୬୦ କିଲୋମିଟର ବାଟ ଯିବାକୁ ଥିବାରୁ ସମସ୍ତଙ୍କ ମନରେ ଛନକା ଲାଗି ରହିଥିଲା।ଯେହେତୁ ସରକାରୀ ଚାକିରି କରୁଛନ୍ତି ,ସରକାର ଯେତେବେଳେ ବି ସେମାନଙ୍କୁ ଡ୍ୟୁଟି ପ୍ରଦାନ କରିବେ ସେମାନେ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଆମର ଯାହା ହେବ ସରାକର ବୁଝିବେ ବୋଲି କହୁଥିଲେ ।

ଆନ୍ଧ୍ର ସୀମାକୁ ଲାଗି ରହିଛି ଯନ୍ତ୍ରୀ ପଞ୍ଚାୟତ।ଏହି ପଞ୍ଚାୟତରେ ବିଏସଏଫ ସୁରକ୍ଷା ବ୍ୟବସ୍ଥା ନାହିଁ।କିନ୍ତୁ ଜିଲ୍ଲା ପୁରିସ ତରଫରୁ ଏହି ଅଂଚଳକୁ ଗତ ଦୁଇ ଦିନ ହେଲା ସିଲ କରିଦିଆଯାଇଥିଲା।ବିଏସଏଫ ଯବାନ,ଡିଭିଏଫଏବଂ ଏସଓଜି ଯବାନ ଏହି ଅଂଚଳକୁ ଘେରି ରହିଥିଲେ।ଲଗାତାର ସର୍ଚ୍ଚ ଅପରେସନ କରୁଥିଲେ।ଅଚିହ୍ନ ଯୁବକଙ୍କୁ ଧରି ପଚରାଉଚରା କରୁଥିଲେ।ପୁଲିଂ ଅଧିକାରୀମାନେ ତୋଟାଗୁଡାରେ ପହଞ୍ଚିବା ପରେ ନିଜ ନିଜ କାମରେ ନିୟୋଜିତ ହୋଇଯାଇଥିଲେ।ପ୍ରଥମ କରି ଗତ ଦଶ ବର୍ଷ ପରେ ଲୋକେ ଏଠାରେ ଭୋଟ ଦେବା ପାଇଁ ଭିଡ ଜମାଉଥିବା ଦେଖିବାକୁ ମିଳିଥିଲା।ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକା ଦେଖାଯାଉଥିଲା।ଯନ୍ତ୍ରୀ ପଞ୍ଚାୟତରେ ୧୧ଟି ଵାର୍ଡ ରହିଛି।ଏହି ପଞ୍ଚାୟତରେ ୧୨୭୨ଟି ଭୋଟ ରହିଛି।ସେଥିରୁ ପୁରୁଷ ଭୋଟର ସଂଖ୍ୟା ୫୮୨ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୬୯୦।ଯନ୍ତ୍ରୀ ପଞ୍ଚାୟତ ଆନ୍ଧ୍ରକୁ ଲାଗି ରହିଥିବାରୁ ଆନ୍ଧ୍ର ପଟରୁ ମଧ୍ୟ ବିଶାଖାପାଟଣ ଏସପିଙ୍କ ସହ ମାଲକାନଗିରି ଏସପି ଯୋଗାଯୋଗ କରି ଗ୍ରେହାଉଣ୍ଡ ଯବାନଙ୍କୁ କୁମ୍ବିଂରେ ଲଗାଯାଇଥିଲା।ନକ୍ସଲ ଯେଭଳି କୌଣସି ହିଂସାକାଣ୍ଡ ଘଟାଇବେ ନାହିଁ ସେସବୁର ସମସ୍ତ ବ୍ୟବସ୍ଥା କରାଯାଇଥିଲା।ନକ୍ସଲ ମଧ୍ୟ ଏହି ନିର୍ବାଚନରେ କୌଣସି ପୋଷ୍ଟର କିମ୍ବା ବ୍ୟାନର ମାରି ଲୋକଙ୍କୁ ଭୟଭିତ କରାଇନଥିଲେ।ଦୀର୍ଘ ବର୍ଷ ପରେ ନିଜର ମତଦାନ କରିଥିବାରୁ ଲୋକେ ମଧ୍ୟ ଖୁସି ଜାହିର କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com