ଓଡ଼ିଶା

ୟୁକ୍ରେନରେ ଫସିଛି କଟକ ପୁଅ, ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

କଟକ () ୟୁକ୍ରେନ ଓ ଋଷ ମଧ୍ୟରେ ଅନେକ ଦିନ ଧରି ଲାଗି ରହିଥିବା ବିବାଦ ଯୁଦ୍ଧର ରୂପ ନେଇଛି । ୨ ରାଷ୍ଟ୍ର ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ । ଉଭୟ ରାଷ୍ଟ୍ର ପରସ୍ପରକୁ ବୋମା ଫିଙ୍ଗୁଥିବାବେଳେ ଏପଟେ ଥରି ଉଠିଛି ମା’ର ହୃଦୟ । ୟୁକ୍ରେନରେ କଟକ ପୁଅ ଫସି ରହିଥିବା ବେଳେ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କରିଛି ମାଆ ।ୟୁକ୍ରେନରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି କଟକ ପୁଅ ଆର୍ଯ୍ୟମାନ ଅଭିଷେକ । ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ମାଆ ଅରୁଣା ଜ୍ୟୋତି ବିଶ୍ବାଳ। 6 ବର୍ଷ ଧରି ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଆର୍ଯ୍ୟମାନ ।

ତେବେ ବର୍ତ୍ତମାନ ସ୍ଥିତିରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତୀୟଙ୍କ ସୁରକ୍ଷା ଦିଗରେ ଉଠିଛି ବଡ଼ ପ୍ରଶ୍ନ। ତେବେ ଆର୍ଯ୍ୟମାନଙ୍କୁ ସୁରକ୍ଷାର ସହ ଘରକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ଅରୁଣା ।ଗତକାଲି ଫୋନରେ କଥା ହୋଇଥିଲେ ଆର୍ଯ୍ୟମାନ । ଆଉ ସ୍ଥିତି ଗମ୍ଭୀର ହେଉଥିବା ନେଇ ମଧ୍ୟ କହିଥିଲେ ।
ତେବେ ବର୍ତ୍ତମାନ ଯୁଦ୍ଧ ସ୍ଥିତି ଗମ୍ଭୀର ହେବାରୁ ପୁଅର ସୁରକ୍ଷା ପାଇଁ ଚିନ୍ତାରେ ମା’ ଅରୁଣା । ତେବେ ସୂଚନା ଥାଉ କି ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । କ୍ରମାଗତ ଭାବେ ବୋମା ବିସ୍ଫୋରଣ ମଧ୍ୟ ଘଟୁଛି । ଫଳରେ ସ୍ଥିତି ଭୟାନକ ହେଉଥିବା ବେଳେ ବିଶ୍ବବାସୀ ଭୟରେ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com