ଓଡ଼ିଶା

ପଞ୍ଚାୟତ ନିର୍ବାଚନ ରେଜଲ୍ଟ : ଖୋର୍ଦ୍ଧାରେ ୧୦ ଆସନରୁ ୯ ହାତେଇଲା ବିଜେଡି, ବିଜେପି ଖାତାରେ ଗୋଟିଏ

ଖୋର୍ଦ୍ଧା() ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫଳାଫଳ । ଗଣତି ହେଉଥିବା ୧୦ଟି ଆସନରୁ ୯ଟି ଜୋନରେ ବିଜେଡି ବାଜିମାତ କରିଥିବା ବେଳେ ଗୋଟିଏ ଜୋନରେ ଦଖଲ କରିବାରେ ବିଜେପି ସକ୍ଷମ ହୋଇଛି ।

ତେବେ ଆସନ୍ତୁ ଜାଣିବା କିଏ ଓ କେଉଁଠି ବିଜୟୀ ହୋଇଛି-

ଖୋର୍ଦ୍ଧା ଜୋନ୍‌ ୧ରୁ ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ କୁମାର ଦଳେଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ କଡ଼ା ଟକ୍କରରେ ପରାଜିତ କରିଛନ୍ତି । ଚିଲିକା ଜୋନ୍‌ ନମ୍ବର ୪ରୁ ବିଜେଡି ପ୍ରାର୍ଥୀ ମମତା ପାଇକରାୟ ବିଜୟୀ ହୋଇଥିବା ବେଳେ ଜଟଣୀ ଜୋନ୍‌ ନମ୍ବର ୭ରୁ ବିଜେଡିର ମୋହିନୀ ନାୟକ ବିଜୟୀ ହୋଇଛନ୍ତି । ସେହିପରି ଟାଙ୍ଗୀ ଜୋନ୍‌ ନମ୍ବର ୯ରୁ ବିଜେଡିର ମିତାଲି ବଳିୟାରସିଂହ ବିଜୟ ହୋଇଥିବା ବେଳେ ବାଣପୁର ଜୋନ୍‌ର ନମ୍ବର ୧୩ରୁ ବିଜେପି ପ୍ରାର୍ଥୀ ଟିକି ଶବର ବିଜୟୀ ହୋଇଛନ୍ତି ।

ସେପଟେ  ବାଲିଅନ୍ତା ଜୋନ୍‌ ୧୬ରୁ ମହେଶ୍ୱର ଦାଶ ବିଜେଡିର ବିଜୟୀ ହୋଇଥିବା ବେଳେ ବାଲିପାଟଣା ଜୋନ୍‌ ୧୯ ନମ୍ବରୁ ବିଜେଡିର ଗଙ୍ଗାଧର ମଲ୍ଲିକ ବିଜୟୀ ହୋଇଛନ୍ତି । ବେଗୁନିଆ ଜୋନ୍‌ ନମ୍ବର ୨୨ରୁ ପ୍ରକାଶ ଚନ୍ଦ୍ର ସାହୁ ବିଜେଡିର ବିଜୟୀ ହୋଇଛନ୍ତି । ବୋଲଗଡ଼ ଜୋନ୍‌ ୨୫ନମ୍ବରରୁ ବିଜେଡି ପ୍ରାର୍ଥୀ ସୁନନ୍ଦିତା ସାହୁ ବିଜୟୀ ହୋଇଥିବା ବେଳେ ଭୁବନେଶ୍ୱର ଜୋନ୍‌ ନମ୍ବର ୨୮ରୁ ବିଜେଡି ପ୍ରାର୍ଥୀ ପ୍ରଭାତ ପରିଡ଼ା ବିଜୟୀ ହୋଇଛି । ପ୍ରଭାତ ନିଜ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କ ଠାରୁ କଡ଼ା ଟକ୍କରରେ ବିଜୟୀ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com