ଓଡ଼ିଶା

ସୀମାନ୍ତ ଜଙ୍ଗଲରେ ଏନ୍‌କାଉଣ୍ଟର, ୨ ମହିଳା ମାଓବାଦୀ ନିହତ

ମାଲକାନଗିରି() ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ନିହତ ହେଲେ ଦୁଇ ଜଣ ମହିଳା ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ଖବର ଅନୁଯାୟୀ, ବିଜାପୁର ଜିଲ୍ଲା ଦୁରଦା ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହାକୁ ଆଧାର କରି ଡିଆର୍‌ଜି ଓ ସିଆରପିଏଫ ବାହିନୀ ପକ୍ଷରୁ କୁମିଂ ଅପରେସନ ଆରମ୍ଭ କରାଯାଇଥିଲା । କୁମ୍ବିଂ ଅପରସେନ ଦେଖି ସୁରକ୍ଷା ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲେ । ଏଥିରେ ୨ଜଣ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟର ପରେ ମାଓବାଦୀ ଘଟଣାସ୍ଥଳ ଛାଡି ପଳାୟନ କରିଥିବା ଜଣାପଡିଛି ।  ସେଠାରେ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com