ଜାତୀୟ

ଋଷରେ ସେବା ବନ୍ଦ କଲା Apple : ଆପ୍ ଷ୍ଟୋରରୁ ହଟାଇଲା ଆପ୍‌…

ନୂଆଦିଲ୍ଳୀ() ୟୁକ୍ରେନରେ ଜାରି ରହିଛି ଘମାଘୋଟ୍‌ ଲଢେଇ । ପଛକୁ କେହି ହଟିବାରେ ନାଁ ଧରୁ ନାହାନ୍ତି । ଋଷ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି ।  ଯୁଦ୍ଧ ମଧ୍ୟରେ ବିଶ୍ବର ଅନେକ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନ ଋଷିଆ ଉପରେ ଅନେକ କଠୋର ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ଏହି ସମୟରେ, ୟୁକ୍ରେନ ଉପରେ ହୋଇଥିବା ହମଲା ବିରୋଧରେ ଟେକ୍‌ କମ୍ପାନୀ ଗୁଡିକ ଋଷିଆ ଉପରେ କଠୋର ହେଉଥିବାର ଦେଖିବାକୁ ମିଳିଛି । ଋଷିଆ ସୈନିକମାନଙ୍କ ଦ୍ବାରା ୟୁକ୍ରେନ କରାଯାଉଥିବା ଆକ୍ରମଣରେ ଆପଲ୍‌ ମଙ୍ଗଳବାର ଦିନ ଋଷର ସମସ୍ତ ପ୍ରଡକ୍ଟକୁ ନିଷେଧାଦେଶ ଜାରି କରିଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶର ସରକାର ଏବଂ ବଡ ବଡ କମ୍ପାନୀଗୁଡିକ ଆନ୍ତର୍ଜାତୀୟ ଆଲୋଚନା କରିଛନ୍ତି। ଏଥି ସହିତ ଋଷକୁ ଅନେକ ଦିଗରେ ଅଲଗା କରିବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି।

ବିଶ୍ୱର ପ୍ରସିଦ୍ଧ ଟେକ୍ କମ୍ପାନୀ ଆପଲ୍ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି କି ସେମାନେ ଋଷରେ ସମସ୍ତ ଉତ୍ପାଦ ବିକ୍ରୟ ବନ୍ଦ କରି ଦେଇଛନ୍ତି। ଗତ ସପ୍ତାହରେ ଆମେ ଦେଶର ବିକ୍ରୟ ଚ୍ୟାନେଲରେ ସମସ୍ତ ରପ୍ତାନି ବନ୍ଦ କରିଥିଲୁ । ଆଇଫୋନ୍ ନିର୍ମାତା ଆପଲ୍ ପେ ଏବଂ ଅନ୍ୟାନ୍ୟ ସେବାକୁ ସୀମିତ ଥିବା ମଧ୍ୟ ଘୋଷଣା କରିଛି। ଆପଲ୍ ଏହାର ଆପ୍ ଷ୍ଟୋରରୁ ଋଷର ନ୍ୟୁଜ୍ ଆପ୍ ଆରଟି ଏବଂ ସ୍ପୁତନିକ୍ ହଟାଇ ଦେଇଛି । ଆପଲ୍ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ପରେ ମାଏଖାଇଲୋ ଫେଡୋରୋଭ୍ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି।

ଏହା ଆପଲ୍ର ଏକ ରିପୋର୍ଟରେ କୁହାଯାଇଛି କି ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଆମେ ଗଭୀର ଭାବରେ ଚିନ୍ତିତ ଏବଂ ୟୁକ୍ରେନରେ ଚାଲିଥିବା ହିଂସା ପୀଡିତଙ୍କ ପରିବାରକୁ ସମର୍ଥନ କରୁଛୁ। ଆପଲ୍‌ର କହିବା ଅନୁଯାୟୀ ସେମାନେ ଶାନ୍ତି ସପକ୍ଷରେ ଅଛନ୍ତି ଏବଂ ଏହି ଯୁଦ୍ଧରେ ପୀଡିତାମାନ ସହତି ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com