ଓଡ଼ିଶା

ବ୍ରହ୍ମପୁର ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ବ୍ରହ୍ମପୁର() ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ। ଗଞାମ ଜିଲ୍ଲା ରେ ୧୬ ଏନ୍.ଏ.ସି, ଗୋଟିଏ ପୌର ପରିଷଦ ଏବଂ ଗୋଟିଏ ମହାନଗର ନିଗମ ପାଇଁ ନିର୍ବାଚନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି । ପୌର ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ଟକରା ଟକରି।

ପ୍ରଥମ ଥର ଏହି ମହାନଗର ନିଗମ ପାଇଁ ପ୍ରତ୍ଯକ୍ଷ ଭାବେ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା । ଚଳିତ ମାସ ୨ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟ ଧାର୍ଯ୍ଯ ହୋଇଥିବା ବେଳେ ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିବା ସମୟ ଧାର୍ଯ୍ଯ କରାଯାଇଛି । ସକାଳ ୧୧ ଟା ଠାରୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟ ଧାର୍ଯ୍ଯ କରାଯାଇଛି ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମସ୍ତ ପ୍ରକାର ସୁବ୍ଯବସ୍ତା କରାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି । ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ୬୦ ଜଣ ଫର୍ମ ନେଇଥିବା ବେଳେ ୫୮ ଜଣ କୋର୍ପୋରେଟର ଏବଂ ଦୁଇ ଜଣ ମେୟର୍ ପଦ ପାଇଁ ନେଇଥିବା ଜଣାପଡିଛି ।

୧୯୭୯ ଏବଂ ୧୯୯୨ ମସିହାରେ ଦୁଇଥର ବ୍ରହ୍ମପୁର ପୌର ପରିଷଦ ପାଇଁ ପ୍ରତ୍ଯକ୍ଷ ଭାବେ ଅଧ୍ଯକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ନଜିର ରହିଛି । ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ମହାନଗର ନିଗମ ପାଇଁ ପ୍ରତ୍ଯକ୍ଷ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ମେୟର ପଦବୀକୁ ନେଇ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କ କଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଶାସନ ଓ ଲୋକ ପ୍ରିୟତା ଯୋଗୁଁ ବିଜେଡି ନିଶ୍ଚିତ ଭାବେ ସଫଳତା ହାସଲ କରିବ ବୋଲି ବିଜେଡି କହିଛି । ମେୟର୍ ନିର୍ବାଚନରେ ବିଜେଡି ଆଶାତୀତ ସଫଳତା ପାଇବ ବୋଲି ବିଜେଡି କହିଛି । ସେପଟେ ସହରର ଶିକ୍ଷିତ ଭୋଟ ସାଙ୍ଗକୁ ଅନ୍ଯ ଭୋଟ ମଧ୍ୟ ବିଜେପି ହାତେଇ ସଫଳତା ଲାଭ କରିବ ବୋଲି ବିଜେପି କହିଛି

Related Articles

Back to top button
WP Twitter Auto Publish Powered By : XYZScripts.com