ଓଡ଼ିଶା

ରାଜଧାନୀରୁ ୭ଲକ୍ଷର ଜାଲ୍‌ ନୋଟ୍‌ ସିଜ୍‌, ୨ ଗିରଫ

ଭୁବନେଶ୍ବର() ରାଜଧାନୀରୁ ପୁଳା ପୁଳା ଜାଲ୍‌ ନୋଟ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି ।

 

ଖବର ଅନୁଯାୟୀ, ଜାଲ୍‌ ନୋଟ୍‌ କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ସୂଚନା ଆଧାରରେ ଖାରବେଳନଗର  ଥାନା ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ୨୦୦ ଟଙ୍କିଆ ନକଲି ନୋଟ ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ଟଙ୍କା ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହାସହିତ ନକଲି ନୋଟ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପଚରାଉଚରା ଜାରି ରହିଛି ।

ସେହିପରି ରାଜଧାନୀରୁ ଏତେ ପରିମାଣର ନକଲି ନୋଟ ଜବତ ହେବା ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । କିଏ ଓ କାହିଁକି ଏତେ ପରିମାଣର ଟଙ୍କା ଆଣିଥିଲା ଏବଂ କେଉଁମାନେ ଥିଲେ ଟାର୍ଗେଟ । ସେନେଇ ଖୋଲତାଡ଼ କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com