ବିଜ୍ଞାନ ଓ ପ୍ରଯୁକ୍ତି

ୟୁକ୍ରେନରେ ଫସି ରହିଥିବା ଓଡିଆଙ୍କ ସମେତ ଭାରତୀୟଙ୍କୁ ଫେରାଇ ଆଣିବା ମାମଲାରେ ନୋଟିସ ଜାରି କଲେ ଏନଏଚଆରସି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଓଡିଆଙ୍କ ସମେତ ଭାରତୀୟମାନଙ୍କ ଦୁର୍ଦ୍ଦଶା ବଢିବ‌ାରେ ଲାଗିଛି। ଭାରତ ଫେରିବାକୁ ପାଇଁ ସେମାନଙ୍କ ଦ୍ବାରେ ଭାରତ ସରକ‌ାରଙ୍କୁ ଅପିଲ କରାଯାଉଛି। ହେଲେ ଭାରତ ସରକାରଙ୍କ ପକ୍ଷରୁ ଫସିରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସେଭଳି ତତ୍ପରତା ପ୍ରକାଶ ପାଉନାହିଁ।
ଏହି ପରିପ୍ରେକ୍ଷୀରେ ଭାରତୀୟମାନେ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ତେଣୁ, ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି)ଙ୍କ ହସ୍ତକ୍ଷେପ ଲୋଢିଛନ୍ତି ସୁପ୍ରିମ କୋର୍ଟର ଆଇନଜୀବୀ ଓ ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ। ଶ୍ରୀ ତ୍ରିପାଠୀଙ୍କ ପିଟିସନକୁ ଗ୍ରହଣ କରି ଏନଏଚଆରସି କେନ୍ଦ୍ର ବୈଦେଶିକ ବ୍ୟାପାର ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଭାରତୀୟଙ୍କୁ ଫେରାଇଆଣିବା ଦିଗରେ କଣ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଦୁଇ ସପ୍ତାହ ଭିତରେ ରିପୋର୍ଟ ଜରିଆରେ ଅବଗତ କରିବା ପାଇଁ ବୈଦେଶିକ ବ୍ୟାପାର ସଚିବଙ୍କୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com