କ୍ରୀଡ଼ା

ଋଷ-ବେଲାଋଷକୁ ଖେଳୁଆଡ ଝଟକା: ବଡ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦେଲା ୟୁକ୍ରେନ ବିପକ୍ଷ ଯୁଦ୍ଧ ନିଷ୍ପତ୍ତି

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ ଋଷକୁ ମହଙ୍ଗା ପଡିଛି । ଗୋଟିଏ ପରେ ଗୋଟିଏ ବଦରୁ ବିତାଡିତ ହେବାରେ ଲାଗିଛି ଋଷ । ଏହା ସହିତ ଋଷକୁ ସାହଯ୍ୟ କରୁଥିବା ବେଲାଋଷକୁ ମଧ୍ୟ କ୍ରୀଡା ଜଗତରୁ ଏକ ଶକ୍ତ ଏକ ଝଟକା ଲାଗିଛି । ଉଭୟ ରାଷ୍ଟ୍ର ଉପରେ ପ୍ରତିବନ୍ଧକ ଲଗାଇଛି ଅନ୍ତରାଷ୍ଟ୍ରୀୟ ପାରାଅଲିମ୍ପିକ ସମିତି (IPC) । ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନର ମାତ୍ର ଗୋଟିଏ ଦିନ ପୂର୍ବରୁ IPC ଏଭଳି ଏକ ନିଷ୍ପତ୍ତି ନେଇଛି ।
ଦୀର୍ଘ ଆଲୋଚନା ପରେ ଋଷ ଏବଂ ବେଲାଋଷକୁ ଆସନ୍ତା ଶୀତକାଳୀନ ପାରାଅଲିମ୍ପିକରୁ ଦୂରେଇ ରଖାଯାଇଛି । ଋଷ ଏବଂ ବେଲାଋଷ ଏହି ଟୁର୍ଣ୍ଣାମେଣ୍ଟରେ ନେଲେ ଅନେକ ଖେଳାଳି ଏତିରୁ ବିରତ ରହିବା ପାଇଁ ନିଷ୍ପତ୍ତି ନେଉଥିଲେ । ଏହାଦ୍ୱାରା ପାରାଅଲିମ୍ପିକରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ଏହି ଦୁଇ ଦେଶ ସହିତ କିଛି ଖେଳାଳି ଖେଳିବା ପାଇଁ ରାଜି ହେଉ ନଥିବାରୁ ଏହି ନିଷ୍ପତ୍ତି ନେଇଛି IPC ।
ତେବେ IPC ଅଧ୍ୟକ୍ଷ ଏଣ୍ଡ୍ର୍ୟୁ ପର୍ସନ୍ସ କହିଛନ୍ତି ଯେ, ଗତ ୧୨ ଘଣ୍ଟା ମଧ୍ୟରେ ଅନେକ ସଦସ୍ୟ ଉଭୟ ଦେଶର ଭାଗ ନେବାକୁ ନେଇ ପ୍ରଶ୍ନ କରିଥିଲେ । ନିଷ୍ପତ୍ତି ନ ବଦଳାଇଲେ ପରିଣାମ ଭୋଗିବାକୁ ପଡିବ ବୋଲି କହିଥିଲେ ସଦସ୍ୟ । ତେଣୁ ପରିସ୍ଥିତିକୁ ନଜରରେ ରଖି ଫୁଟବଲ, ଟ୍ରାକ ଏବଂ ଫିଲ୍ଡ, ବାସ୍କେଟବଲ, ହକି ଏବଂ ଅନ୍ୟ ଖେଳ ଗୁଡିକରୁ ଋଷ ଏବଂ ବେଲାଋଷ ଉପରେ ପ୍ରତିପନ୍ଧକ ଲଗାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com