ଜାତୀୟ

ଘରେ ଏପରି ଆଦୌ ରଖନ୍ତୁ ନାହିଁ ଜୋତା-ଚପଲ, ନଚେତ୍ ଧନହାନି ନିଶ୍ଚିତ

ନୂଆଦିଲ୍ଳୀ() ଆଧୁନିକ ସମାଜରେ ଜୋତା-ଚପଲ ଲୋକଙ୍କ ଷ୍ଟାଟସ୍ ର ଏକ ସିମ୍ବଲ ହୋଇଗଲାଣି । ଅନେକ ଲୋକ ଜୋତା ଚପଲ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁମାନ କରିଥାନ୍ତି । ଘରେ ଜୋତା ଚପଲ ରଖିବାର କିଛି ନିୟମ ରହିଛି । ଏହି ନିୟମ ସବୁକୁ ନଜରଅନ୍ଦାଜ କଲେ ନାନା ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି ।

ଆସନ୍ତୁ ଜାଣିବା ଏହି ନିୟମ : କିଣିବା – ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ । କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ ।

ବାସ୍ତୁ ନିୟମ ଦୃଷ୍ଟିରେ ନ ରଖି ଅମାବାସ୍ୟା, ମଙ୍ଗଳବାର, ଶନିବାର ଓ ଗ୍ରହଣ ଲାଗିଥିବା ଦିନ ମଧ୍ୟ ଲୋକେ ଜୋତା ଚପଲ କିଣିଥାନ୍ତି । ଏହା ବ୍ୟକ୍ତିକୁ କ୍ଷତି ପହଞ୍ଚାଇପାରେ । ସେଥିପାଇଁ ଏହିସବୁ ଦିନ ଜୋତା ଚପଲ କିଣିବା ଉଚିତ ନୁହେଁ ।

ପୁରୁଣା ଜୋତା-ଚପଲ ଯଦି ଘରେ ରହିଛି ତେବେ ତାକୁ ନଫୋପାଡ଼ି କାହାକୁ ଦାନ କରିଦିଅନ୍ତୁ । ହେଲେ ଏହାକୁ ବି ଖାସ୍ ଦିନ ଦେଖି ଦାନ କରନ୍ତୁ । ଶନିବାର ଦିନ ହିଁ ଜୋତା-ଚପଲ ଦାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । କାରଣ ଫୁଟୱେୟାରର ସମ୍ବନ୍ଧ ଶନିଙ୍କ ସହିତ ବି ରହିଛି ।

କେବେ ବି ଜଣେ ଅନ୍ୟଜଣଙ୍କର ଜୋତା ଚପଲକୁ ପିନ୍ଧନ୍ତୁ ନାହିଁ । ଏପରିକି ଘରର ସଦସ୍ୟ ମାନେ ମଧ୍ୟ ନିଜ ନିଜ ଚପଲ ପିନ୍ଧିବା ଜରୁରୀ । ଜଣେ ଅନ୍ୟ ଜଣଙ୍କର ଚପଲ ପିନ୍ଧିବା ଦ୍ୱାରା ଶନି ଅଶୁଭ ଫଳ ଦେଇଥାନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com