ଜାତୀୟ

ବିମାନରେ ବିଜେପି ବିରୋଧରେ ସ୍ଲୋଗାନ ଦେଇ ଗିରଫ ହୋଇଥିବା ଛାତ୍ରୀଙ୍କୁ ମିଳିବ ୨ ଲକ୍ଷ ଟଙ୍କା କ୍ଷତି ପୁରଣ; ଜାଣନ୍ତୁ ପୁରା ଘଟଣା

ଚେନ୍ନାଇ() ତାମିଲନାଡ଼ୁରେ ରହୁଥିବା କାନାଡ଼ାର ଛାତ୍ରୀ ଲୋଇସ ସୋଫିଆଙ୍କୁ ବିଜେପି ବିରୋଧରେ ସ୍ଲୋଗାନ ଦେଇଥିବାରୁ ଦୁଇ ଲକ୍ଷ ଟଙ୍କା କ୍ଷତି ପୁରଣ ମିଳିବ। ଏହି ଘଟଣାରେ ସମ୍ପୃକ୍ତା ଛାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସୋଫିଆ ୨୦୧୮ ମସିହାରେ ଉଡ଼ାଜାହାଜରେ ଯାଉଥିବା ସମୟରେ ବିଜେପି ବିରୋଧି ସ୍ଲୋଗାନ ଦେଇଥିଲେ ।ସେହି ସମୟରେ ବିମାନରେ ତତକାଳୀନ ତାମିଲନାଡ଼ୁ ରାଜ୍ୟ ବିଜେପି ଅଧ୍ୟକ୍ଷ ତାମିଲୀସାଇ ସୌନ୍ଦରରାଜନ ମଧ୍ୟ ଉପସ୍ଥିତ ଥିଲେ ।  ସୋଫିଆଙ୍କ ଦ୍ୱାରା ବିଜେପି ବିରୋଧି ସ୍ଲୋଗାନ ଦିଆଯାଇଥିବାରୁ ତାମିଲୀସାଇ ସୌନ୍ଦରରାଜନ ସେଠାରେ ବହୁତ ଅପମାନିତ ହୋଇଥିଲେ ।

ତାମିଲନାଡ଼ୁର ରାଜ୍ୟ ମାନବାଧିକାର ଆୟୋଗ ସୋଫିଆଙ୍କ ଗିରଫକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ସେଥିପାଇଁ ମାନବାଧିକାର କମିଶନ ଆଦେଶ ଦେଇଛନ୍ତି ଯେଉଁ ପୋଲିସ କର୍ମୀ ତାଙ୍କୁ ଗିରଫ କରିଥିଲେ ସେ ତାଙ୍କୁ କ୍ଷତି ପୁରଣ ଦେବେ।

୨୦୧୮ରେ ସୋଫିଆ ଚେନ୍ନାଇରୁ ଥୂତୁକୁଡ଼ି ଯାଉଥିବା ଏକ ବିମାନରେ ଯାଉଥିଲେ । ସେହି ବିମାନରେ ବର୍ତ୍ତମାନର ତେଲେଙ୍ଗାନାର ରାଜ୍ୟପାଳ ଓ ପଣ୍ଡିଚେରୀର ଉପ ରାଜ୍ୟପାଳ ମଧ୍ୟ ଥିଲେ । ତାଙ୍କୁ ଦେଖି ସୋଫିଆ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହାକୁ ନେଇ ସୌନ୍ଦର ରାଜନ ଓ ସୋଫିଆଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ବିଜେପି ନେତାଙ୍କ ଅଭିଯୋଗ ଆଧାରରେ ସୋଫିଆଙ୍କୁ ଗିରଫ କରାଯାଇଥିଲା ।

ସୋଫିଆଙ୍କ ଗିରଫ ପରେ ତାଙ୍କୁ ନ୍ୟାୟିକ ହେପାତରେ ନିଆଯିବା ପରେ ସୋଫିଆଙ୍କ ବାପା ରାଜ୍ୟ ମାନବିଧିକାର ଆୟୋଗର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ବାପା ଅଭିଯୋଗ କରିଥିଲେ ପୋଲିସ ଅଧିକାରୀ ମାନେ ସୋଫିଆକୁ ଅପମାନିତ କରିଛନ୍ତି ଯାହାଫଳରେ ସେ ଏବେ ମାନସିକ ଚାପ ଭିତରେ ରହୁଛନ୍ତି । ସୋଫିଆଙ୍କୁ ଗିରଫ କରାଯିବା ଘଟଣା  ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ବିରୋଧରେ ଥିଲା। ପୋଲିସ ଅଧିକାରୀମାନେ ସୋଫିଆଙ୍କ ବିରୋଧରେ କହିଥିଲେ ସେ ତାଙ୍କ ସାଙ୍ଗରେ ଯାଉଥିବା ଜଣେ ଯାତ୍ରୀଙ୍କୁ ହଇରାଣ କରିବା ସହ ବିମାନବନ୍ଦରର ଉଚ୍ଚ ସୁରକ୍ଷା ବଳୟରେ କୋଳାହଳ କରି ଅଶାନ୍ତି ସୃଷ୍ଟି କରିଥିଲେ।

ମାନବାଧିକାର ଆୟୋଗ ପୋଲିସଙ୍କ ଦଲିଲକୁ ଅସ୍ୱୀକାର କରିଛନ୍ତି। ସୋଫିଆଙ୍କ ଗିରଫକୁ ଅନୁଚିତ କହି ରାଜ୍ୟ ମାନବାଧିକାର କମିଶନର ସଦସ୍ୟ ଡି. ଜୟଚନ୍ଦ୍ରନ କହିଛନ୍ତି ପୋଲିସ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନିର୍ଦ୍ଦେଶାବଳୀକୁ ଉଲଂଘନ କରି ପୋଲିସ ସୋଫିଆଙ୍କୁ ଗିରଫ କରିଛି । ଏଥିପାଇଁ ତାଙ୍କ ବାପାଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୁରଣ ମିଳିବ। ଏହି କ୍ଷତିପୁରଣ ରାଶି ସେହି ୭ଜଣ ପୋଲିସ କର୍ମୀ ଦେବେ ଯେଉଁମାନେ ସୋଫିଆଙ୍କୁ ଗିରଫ କରିଥିଲେ। ଜଣେ ପୋଲିସ କର୍ମୀ ୫୦ ହଜାର ଟଙ୍କା ଦେବାବେଳେ ଅନ୍ୟ ୬ ଜଣ ପୋଲିସ କର୍ମୀ ୨୫ ହଜାର ଟଙ୍କା ଦେବେ ବୋଲି ଜଣା ପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com