ଓଡ଼ିଶା

ମା’ ପେଟକୁ ଦୁଇମୁଠା ଖାଇବାକୁ ଦେବା ପାଇଁ ଅଣ୍ଟା ଭିଡ଼ିଲେ ଝିଅ, ବୁଲିବୁଲି କୋଠା ଚଢ଼ି କରୁଛନ୍ତି ରଙ୍ଗ କାମ: ଭିଡିଓ ଦେଖନ୍ତୁ

ରାଉରକେଲା() ପରିସ୍ଥିତି କାହାକୁ କେତେବେଳେ କେଉଁସ୍ଥାନରେ ଆଣି ଛିଡ଼ା କରିଦେବ ତାହା କେହି ଜାଣନ୍ତି ନାହିଁ। ସମୟସମୟରେ କାମ ନଜାଣିଥିଲେ ବି ଘର, ପରିବାର ପାଇଁ ଅଣ୍ଟାଭିଡ଼ି ବାହାରକୁ ବାହାରିବାକୁ ହୋଇଥାଏ। ତେବେ ଏଭଳି କ୍ଷେତ୍ରରେ ରାଉରକେଲାରେ ବସବାସ କରୁଥିବା ଜଣେ ଯୁବତୀଙ୍କ ସଂଘର୍ଷମୟ କାହାଣୀ ଆସନ୍ତୁ ଜାଣିବା

ରାଉରକେଲା ଝିରପାଣି ନିକଟସ୍ଥ ରେଉଁ ଗ୍ରାମରେ ବାସନ୍ତୀ ମୁଣ୍ଡାରୀ ନାମକ ଜଣେ ଯୁବତୀ ବସବାସ କରନ୍ତି। ବାସନ୍ତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେ ମା’ଙ୍କ ସହିତ ରୁହନ୍ତି। ବାସନ୍ତୀଙ୍କ ଭାଇ ବି ଅଛନ୍ତି। ତେବେ ବାସନ୍ତୀ ବଡ଼ ହେବା ପରେ ମା’ଙ୍କ ଦୁଃଖ ଦେଖି ପାରି ନଥିଲେ। କାରଣ ଅର୍ଥ ଅଭାବରୁ ଘର ଚଳିବା ବହୁତ କଷ୍ଟ ହେଉଥିଲା। ତେଣୁ ବିଶେଷ କିଛି ପାଠପଢ଼ି ନଥିବା ବାସନ୍ତୀ ମା’ ପେଟକୁ ଦୁଇ ମୁଠା ଖାଇବାକୁ ଦେବା ପାଇଁ ଘରୁ ପାଦ କାଢ଼ିବା ପାଇଁ ଅଣ୍ଟା ଭିଡିଥିଲେ।

ପ୍ରଥମେ ସେ ଜଣେ କଣ୍ଟ୍ରାକ୍ଟର ପାଖରେ ରହି କାମ ଶିଖିଥିଲେ। ସେ ସମୟରେ ତାଙ୍କୁ ବିଶେଷ କିଛି ଟଙ୍କା ମିଳୁ ନଥିଲା।  ଏହା ସତ୍ତ୍ବେ ବି ସେ ନିରାଶ ହେଉ ନଥିଲେ। ଗୋଟିଏ ଲକ୍ଷ୍ୟ ଥିଲା ସେ କେମିତି କାମ ଶିଖିବେ। ଧୀରେଧୀରେ କାମ ଶିଖିଗଲା ପରେ ଏବେ ସେ ଆତ୍ମନିର୍ଭଶୀଳ ହୋଇପାରିଛନ୍ତି।

ଆଉ ବାସନ୍ତୀଙ୍କ କାମକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବାସନ୍ତୀ ଦୌଡ଼ି ଓ କିଛି ବାଉଁଶ ସାହାଯ୍ୟରେ ଯେଭଳି ଭାବେ କୋଠା ଚଢ଼ି ରଙ୍ଗକାମ କରୁଛନ୍ତି ନିଜ ଆଖିରେ ନଦେଖିଲେ ବିଶ୍ବାସ ବି କରି ପାରିବେ ନାହିଁ।

ବାସନ୍ତୀ କହନ୍ତି, ‘ଏଭଳି କାମ ମୁଁ ମୋ ପରିବାର ଖୁସି ପାଇଁ କରୁଛି। ମହଲା ପରେ ମହଲା ଚିଢ଼ି ଏଭଳି ରଙ୍ଗ କାମ ପାଇଁ ମୁଁ ପ୍ରଥମେ ନିଜ ମନରୁ ଭୟକୁ ବାହାର କରି ଦେଇଥିଲି। ଧୀରେଧୀରେ ଏହା ମୋର ଅଭ୍ୟାସରେ ପରିଣତ ହୋଇଗଲା। ମୁଁ କାମ ପୂରା ଶିଖିଯିବା ପରେ ଏବେ ମୋ ପାଖରେ କିଛି ପିଲାଙ୍କୁ ରଖି କାମ କରାଉଛି।’

Related Articles

Back to top button
WP Twitter Auto Publish Powered By : XYZScripts.com