ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନରେ ବିଗିଡ଼ିଲାଣି ଭାରତୀୟଙ୍କ ସ୍ଥିତି, ଟ୍ରେନରେ ଗୋଟିଏ ସିଟ୍ ପାଇଁ ୧୫ ହଜାର ଟଙ୍କାରେ ଛାତ୍ର ବିକିଲେ ଆଇପ୍ୟାଡ୍

ଖାରକିଭ୍() ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାରେ ଥିବା ଭାରତୀୟ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାସ୍ କରି ଛାତ୍ରଛାତ୍ରୀ ମାନେ ଭୟରେ ଦେଶକୁ ଫେରିବା ପାଇଁ ଅନୁରୋଧ କରୁଛନ୍ତି । ଏବେ ସୁଦ୍ଧା ଭାରତକୁ ଅନେକ ଛାତ୍ରଛାତ୍ରୀ ଫେରିଆସିଲେଣି । ଖାଲି ସେତିକି ନୁହେଁ ସ୍ଥିତି ଏମିତି ଯେ, ଏବେ ପିଲାମାନେ ସେଠାରେ ଜୀବିତ ରହିବାକୁ ବି ସଂଘର୍ଷ କରୁଛନ୍ତି । ପରିସ୍ଥିତି ଏତେ ସଙ୍କଟାପର୍ଣ୍ଣ ଯେ, ଟ୍ରେନରେ ଗୋଟିଏ ସିଟ୍ ପାଇବା ପାଇଁ ଜଣେ ଛାତ୍ର ନିଜର ଆଇପ୍ୟାଡ୍ କୁ ବିକ୍ରି କରିଦେଇଛନ୍ତି ।

ୟୁକ୍ରେନରେ ଥିବା କେରଳର ଜଣେ ୧୯ ବର୍ଷିୟ ଛାତ୍ର କହିଛନ୍ତି ଯେ, ସେ ମେଟ୍ରୋରେ ଯିବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ମେଟ୍ରୋ ମଧ୍ୟ ସୁରକ୍ଷିତ ନୁହେଁ । କୌଣସି ମୁହୂର୍ତ୍ତରେ କିଛି ବି ଘଟିଯାଇପାରେ । ଜଣେ ମହିଳା ନିଜ ଗୋଡ଼ ହରାଇ ଦେଇଥିଲେ େଓ ତାଙ୍କ ମୁଣ୍ଡରେ ବି ଆଘାତ ଲାଗିଥିଲା । ବହୁତ ରକ୍ତ ବହିଯାଇଥିଲା । ସେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କୁ ସାହାଯ୍ୟ ମାଗିଥିଲେ । ସେମାନେ ଏକଘଣ୍ଟା ଧରି ଚାଲିଚାଲି ସୁରକ୍ଷିତ ସ୍ଥାନରେ ପହଞ୍ଚିଥିଲେ ।

ସେ ଆଗକୁ କହିଛନ୍ତି ଯେ, ତାଙ୍କର ଜଣେ ସିନିୟର୍ ନିଜର ଆଇପ୍ୟାଡ୍ ବିକ୍ରି କରିଦେଇଛନ୍ତି କେବଳ ଟ୍ରେନରେ ଗୋଟିଏ ସିଟ୍ ପାଇଁ । ସେ ଆଇପାଡ୍ ଟିକୁ ୧୫ହଜାର ଟଙ୍କାରେ ବିକ୍ରି କରିଛନ୍ତି । ରାଜ୍ ନାମକ ଜଣେ ଛାତ୍ର ଏପରି ପ୍ରତିକ୍ରିୟା ଦେଇଛନ୍ତି । ସେ ଖାରକିଭ୍ ଷ୍ଟେଟ୍ ଜୁଭେଟରିନରୀ ଏକାଡେମୀ ରେ ପାଠ ପଢ଼ନ୍ତି । ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ, ସୁଡଙ୍ଗରୁ ବି ବାହାରିବା ଏବେ ବିପଦଜନକ ହୋଇଯାଇଛି । କାରଣ ବାହାରକୁ ବାହାରିବା ମାତ୍ରେ ୟୁକ୍ରେନୀ ମାନେ ଯୁଦ୍ଧ କରିବା ପାଇଁ ବାଧ୍ୟ କରୁଛନ୍ତି ଏବଂ ମାଡ ମଧ୍ୟ ମାରୁଛନ୍ତି ।

ଖାରକିଭ୍ ରେ ମେଡିକାଲ ଛାତ୍ରୀ ଜୟଲକ୍ଷ୍ମୀ କହିଛନ୍ତି ଯେ, ତାଙ୍କ ହଷ୍ଟେଲ୍ ନିକଟରେ ଲଗାତର ଗୁଳିମାଡ ହେଉଛି । ସେମାନେ ବଙ୍କର୍ ରେ ରହିବା ପରେ ଅନ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ସହିତ ରେଳ ଷ୍ଟେସନ୍ ରେ ପହଞ୍ଚିଥିଲେ ସେ ସମୟରେ ସେଠାରେ ବହୁତ ଭିଡ ଥିଲା । ସେମାନେ ଟ୍ରେନ୍ ଧରିପାରିନଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com