ଅନ୍ତର୍ଜାତୀୟଜାତୀୟ

ବିରାଟଙ୍କୁ ଶହେ ତମ ଟେଷ୍ଟ୍ ପାଇଁ ସମ୍ମାନ, ସ୍ୱତନ୍ତ୍ର କ୍ୟାପ୍ ଦେଲେ କୋଚ୍ ଦ୍ରାବିଡ

ନୂଆଦିଲ୍ଲୀ() ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶୁକ୍ରବାର ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଶହେ ତମ ଟେଷ୍ଟ୍ ଖେଳୁଥିବା ଦ୍ୱାଦଶ ଭାରତୀୟ ହୋଇପାରିଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ ବିରାଟଙ୍କୁ ସ୍ୱତନ୍ତ୍ର କ୍ୟାପ୍ ଦେଇଛନ୍ତି । ଏହି ସମୟରେ ମୋହାଲୀ ଷ୍ଟାଡିୟମରେ ପତ୍ନୀ ଅନୁଷ୍କା ବି ଉପସ୍ଥିତ ଥିଲେ ।

ଏହାକୁ ନେଇ ବିରାଟ କହିଛନ୍ତି ଯେ, ସେ ଟେଷ୍ଟ୍ କ୍ୟାରିଅର ଅରମ୍ଭ କରିବା ସମୟରେ କେବେ ଶହେତମ ଟେଷ୍ଟ୍ ଖେଳିବେ ବୋଲି ଭାବି ନଥିଲେ । ସେ ନିଜର ସବୁ କିଛି କ୍ରିକେଟକୁ ଦେଇଛନ୍ତି । ଏବେ ବି ସବୁ ମ୍ୟାଚ୍ ପୂର୍ବରୁ ତାଙ୍କୁ ଡର ଲାଗିଥାଏ । ଶ୍ରୀଲଙ୍କା ବିପକ୍ଷ ଶହେତମ ଟେଷ୍ଟ୍ ପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି ।

ସୂଚନାଯୋଗ୍ୟ, କୋହଲି ୨୦୧୧ରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପଦାର୍ପଣ କରିଥିଲେ । ଏହି ଟେଷ୍ଟରେ ସେ ୪ ଓ ୧୫ ରନ୍ କରିଥିଲେ । ଏହାପରେ ସେ ଦମଦାର ଇନିଂସ ଖେଳି ରେକର୍ଡ ପରେ ରେକର୍ଡ କରିଥିଲେ । ଟେଷ୍ଟରେ ସେ ୭୯୬୨ ରନ୍ କରିଥିବା ବେଳେ ତାଙ୍କ ଆଭରେଜ୍ ରହିଛି ୫୦.୩୯  ।

Related Articles

Back to top button
WP Twitter Auto Publish Powered By : XYZScripts.com