ଜାତୀୟରାଜନୀତି

ବଜେଟ୍‌ ଅଧିବେଶନ ଶେଷ ପର୍ଯ୍ୟନ୍ତ ତେଲେଙ୍ଗାନା ବିଧାନସଭାରୁ ୩ ‘ବିଜେପି’ ବିଧାୟକ ନିଲମ୍ବିତ

ହାଇଦ୍ରାବାଦ: ବଜେଟ୍‌ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଆଜି ତେଲେଙ୍ଗାନା ବିଧାନସଭାରୁ ‘ଭାରତୀୟ ଜନତା ପାର୍ଟି’ର ୩ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି।

ନିଲମ୍ବିତ ବିଧାୟକମାନେ ହେଲେ, ଟି. ରାଜା ସିଂହ, ଏମ୍‌. ରଘୁନନ୍ଦନ ରାଓ ଏବଂ ଇତେଲା ରାଜେନ୍ଦର। ତେଲେଙ୍ଗାନା ବିଧାନସଭାରେ ବଜେଟ୍‌ ଅଧିବେଶ ଆରମ୍ଭ ହେବା କ୍ଷଣି ସେମାନଙ୍କୁ ନିଲମ୍ବନ କରିବା ନିମନ୍ତେ ଶାସକ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌) ପାର୍ଟିର ମନ୍ତ୍ରୀ ତଲସାନୀ ଶ୍ରୀନିବାସ ଯାଦବ ପ୍ରସ୍ତାବ ଆଗତ କରିଥିଲେ।

ପ୍ରଥାନୁସାରେ, ବଜେଟ୍‌ ଅଧିବେଶନ ପ୍ରାରମ୍ଭରେ ରହୁଥିବା ରାଜ୍ୟପାଳଙ୍କ ଅଭିଭାଷଣ ରଖି ନ ଥିବାରୁ ୩ ‘ବିଜେପି’ ବିଧାୟକ ବଜେଟ୍‌ ଏବଂ ଶାସକ ଦଳ ବିରୋଧରେ ପ୍ରତିବାଦ ଆୟୋଜନ କରିବାକୁ ବାହାରିଥିଲେ।

Image Courtesy of India Today

ପୂର୍ବରୁ ଏ ସଂକ୍ରାନ୍ତରେ ସୂଚନା ଦେଇ ‘ଟିଆର୍‌ଏସ୍‌’ କହିଥିଲା କି, ଏ ବଜେଟ୍‌ ପୂର୍ବ ବଜେଟ୍‌ର ଅଂଶବିଶେଷ ହୋଇଥିବାରୁ ରାଜ୍ୟପାଳଙ୍କ ଅଭିଭାଷଣ ଅନାବଶ୍ୟକ।

କିନ୍ତୁ, ଏକ ବିବୃତ୍ତିରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଯେ, ଯଦି ୫ ମାସ ପରେ ବିଧାନସଭା ଅଧିବେଶନ ଆରମ୍ଭ ହୁଏ ତେବେ, ତାହାକୁ ନୂଆ ଅଧିବେଶନ ବୋଲି ବିବେଚନା କରାଯିବ।

ତେଲେଙ୍ଗାନାରେ ବି‌ରୋଧୀ ‘ବିଜେପି’ ଏବଂ ‘କଂଗ୍ରେସ’ ଏତାଦୃଶ ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରି ଅଭିଯୋଗ କରିଥିଲେ କି, ରାଜ୍ୟର ସାମ୍ବିଧାନିକ ଅଭିଭାବକଙ୍କ ପ୍ରତି ଏହା ‘ଟିଆର୍‌ଏସ୍‌’ ସରକାରଙ୍କ ଅସମ୍ମାନଜନକ ମନୋଭାବ।

Related Articles

Back to top button
WP Twitter Auto Publish Powered By : XYZScripts.com