ଅନ୍ୟାନ୍ୟ

ହନୁମାନ ପଇସା କାରବାର : ଠକକୁ ଅପହରଣ କରିନେଲେ ଦୁର୍ବୃତ୍ତ, ମାଗିଲେ ୨୫ ଲକ୍ଷ ଟଙ୍କା

ଭୁବନେଶ୍ବର() ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଯୁବକଙ୍କୁ ଅପହରଣ ଅଭିଯୋଗ । ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିଲେ ଯୁବକ । ଅପହରଣ ହୋଇଥିବା ବିବେକାନନ୍ଦ ମହାଳିଙ୍କୁ ଉଦ୍ଧାର କଲା ତମାଣ୍ଡୋ ଥାନା ପୋଲିସ

ଖବର ଅନୁଯାୟୀ,  ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲର ୬ ମହଲା ଉପରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ କିଛି ଯୁବକ ଫୋନରେ ଧମକ ଦେଇଥିଲେ । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଏହାପରେ ଭରତପୁର ଓ ତମାଣ୍ଡୋ ଥାନା ମିଳିତ  ଭାବେ ଚଢାଉ କରି ହୋଟେଲ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛି । ବିବେକାନନ୍ଦ ନିଜ ଘର କେନ୍ଦ୍ରାପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ କଟକ ରାସ୍ତାରେ ତାଙ୍କୁ ଅପହରଣ କରାଯାଇଥିଲା । ହୋଟେଲ ଭିତରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com