ଜାତୀୟରାଜନୀତି

୫ ରାଜ୍ୟରେ ପରାଜୟ ପରେ ରାହୁଲଙ୍କ ବୟାନ, ଟ୍ୱିଟ କରି ଜନମତକୁ କଲେ ସ୍ୱୀକାର

ନୂଆଦିଲ୍ଲୀ() ପାଞ୍ଚ ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ବିଧାନସଭାରେ କଂଗ୍ରେସର ଶୋଚନୀୟ ପରାଜୟର ସାମ୍ନା କରିଛି । କୌଣସି ରାଜ୍ୟରେ ଦଳ ସରକାର ଗଠନ କରିବାରେ ବିଫଳ ହୋଇଛି। ଦଳର ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ୱିଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଜନମତକୁ ସ୍ୱୀକାର କରୁଛି ।

ଟ୍ୱିଟ କରି ରାହୁଲ କହିଛନ୍ତି, ‘ଜନମତକୁ ସ୍ୱୀକାର କରୁଛି । ଜନାଦେଶ ଜିତିଥିବା ସମସ୍ତଙ୍କୁ ଶୁଭେଚ୍ଛା। ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ ପାଇଁ ଧନ୍ୟବାଦ ଜଣାଉଛି। ଏଥିରୁ ଶିକ୍ଷା ଲାଭ କରି ଭାରତର ଲୋକଙ୍କ ହିତ ପାଇଁ କାମ କରିବା ଜାରି ରଖିବୁ ’।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସଂଖ୍ୟା ଅନୁସାରେ ୟୁପିରେ କଂଗ୍ରେସ ମାତ୍ର ଦୁଇଟି ଆସନରେ ଆଗରେ ରହିଛି। ସେହିପରି ଉତ୍ତରାଖଣ୍ଡରେ ୧୮, ପଞ୍ଜାବରେ ୧୮, ଗୋଆରେ ୧୧ ଏବଂ ମଣିପୁରରେ ୪ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ପଞ୍ଜାବରେ କଂଗ୍ରେସ କ୍ଷମତା ହରାଇଛି । ମୁଖ୍ୟମନ୍ତ୍ରୀ ଚନ୍ନି ଦୁଇଟି ବିଧାନସଭା ଆସନରେ ପରାଜିତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com